Indus Valley Times

ଜାମ୍ମୁ-କାଶ୍ମୀର ରେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ

 Breaking News

ଜାମ୍ମୁ-କାଶ୍ମୀର ରେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ

August 07
09:09 2021

ଶ୍ରୀନଗର, ୭/୮: ଜାମ୍ମୁ-କାଶ୍ମୀର ମୋଛୱା ଅଞ୍ଚଳରେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୂଚନା ଅନୁଯାୟୀ, ସୀମା ନିକଟବର୍ତ୍ତୀ ଜାମ୍ମ-କାଶ୍ମୀର ମୋଛୱା ସେକ୍ଟରରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ସେନା ଖବର ପାଇଥିଲା।
ଏହାପରେ ଯବାନ ମାନେ ନିଜର ଅପରେସନ ଆରମ୍ଭ କରିଥିଲେ। ସେନା ପକ୍ଷରୁ ଚାରିପଟେ ଘେରାଉକୁ ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସେନାବାହିନୀ ।
କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିଚାଳନା ଚାଲୁରହିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଗୋଟିଏ ଏକେ- ୪୭ ସହ ବନ୍ଧୁକ ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031