Indus Valley Times

ଜାରି ରହିଛି ଅସହ୍ୟ ତାତି, ୪୦ ଡ଼ିଗ୍ରି ଡେଇଁଲା ରାଜ୍ୟର ୫ଟି ସହର ତାପମାତ୍ରା

 Breaking News

ଜାରି ରହିଛି ଅସହ୍ୟ ତାତି, ୪୦ ଡ଼ିଗ୍ରି ଡେଇଁଲା ରାଜ୍ୟର ୫ଟି ସହର ତାପମାତ୍ରା

ଜାରି ରହିଛି ଅସହ୍ୟ ତାତି, ୪୦ ଡ଼ିଗ୍ରି ଡେଇଁଲା ରାଜ୍ୟର ୫ଟି ସହର ତାପମାତ୍ରା
March 20
20:01 2022

ଭୁବନେଶ୍ବର,୨୦/୩: ଚୈତ୍ର ମାସ ଆରମ୍ଭରୁ ତାପାମାତ୍ରା ବଢ଼ିବା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ରବିବାର ରାଜ୍ୟର ୫ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି।
୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ବଷ୍ଟ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରବିବାର ବାଲେଶ୍ୱରରେ ତାପମାତ୍ରା ୩୫.୫ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୩୭.୩, କଟକରେ ୩୭.୨, ପାରାଦୀପରେ ୩୧.୮, ଗୋପାଳପୁରରେ ୩୧.୨, ପୁରୀରେ ୩୨.୫, ଝାରସୁଗୁଡ଼ାରେ ୩୮.୮, କେନ୍ଦୁଝରରେ ୩୮.୪ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି।
ସମ୍ବଲପୁରରେ ୩୮.୬, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୮, ତାଳଚେରରେ ୩୯.୦, ଭବାନୀପାଟଣାରେ ୩୭.୫, କୋରାପୁଟରେ ୩୪.୬, ଫୁଲବାଣୀରେ ୩୮.୪, ମାଲକାନଗିରିରେ ୩୬.୫, ସୋନପୁରରେ ୩୯.୫, ଦାରିଙ୍ଗବାଡ଼ିରେ ୩୨.୦, ନୟାଗଡ଼ରେ ୩୮.୦, ଛତ୍ରପୁରରେ ୩୭.୦, ପାରଳାଖେମୁଣ୍ଡିରେ ୩୭.୦, ରାୟଗଡ଼ାରେ ୩୭.୧, ଭଦ୍ରକରେ ୩୬.୦ ଓ ଯାଜପୁରରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031