Indus Valley Times

ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଅଘଟଣ, ଫାଙ୍କା ଗୁଳିଚାଳନା ସହ ଛୁରାମାଡ଼

 Breaking News

ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଅଘଟଣ, ଫାଙ୍କା ଗୁଳିଚାଳନା ସହ ଛୁରାମାଡ଼

ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଅଘଟଣ, ଫାଙ୍କା ଗୁଳିଚାଳନା ସହ ଛୁରାମାଡ଼
January 01
10:52 2025

ଗଞ୍ଜାମ, ୧/୧ : ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ସାଂଘାତିକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀରେ ଘଟିଛି।
ଗତକାଲି ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀସ୍ଥିତ ଭଡ଼ା ଘରେ କିଛି ଯୁବକ ପାର୍ଟି କରୁଥିଲେ। ଉକ୍ତ ସମୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହା ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବ୍ଲାଙ୍କ ଫାୟାରିଂ ହେବା ସହ ବୁଲିଥିଲା ଛୁରୀ। ଏହି ଆକ୍ରମଣରେ ୪ ଜଣଙ୍କୁ ଛୁରା ମାଡ଼ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଗଲେ।
ଖବର ପାଇ ପୁଲିସ ପହଞ୍ଚି ୪ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31