Indus Valley Times

ଜିଲାପାଳ ସତ୍ୟରଂଜନ ସାହୁ ୧୪ ଜଣଙ୍କୁ ରେଡକ୍ରସରୁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ କଲେ

 Breaking News

ଜିଲାପାଳ ସତ୍ୟରଂଜନ ସାହୁ ୧୪ ଜଣଙ୍କୁ ରେଡକ୍ରସରୁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ କଲେ

ଜିଲାପାଳ ସତ୍ୟରଂଜନ ସାହୁ ୧୪ ଜଣଙ୍କୁ ରେଡକ୍ରସରୁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ କଲେ
June 09
10:53 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୬ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲାପାଳ ସତ୍ୟରଂଜନ ସାହୁ ଆଜି ୧୪ ଜଣଙ୍କୁ ଉଚ୍ଚଚିକିତ୍ସା ଏବଂ ଜିବିକା ନିର୍ବାହ ପାଇଁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜିଲାପାଳ ସତ୍ୟରଂଜନ ସାହୁ ଜିଲା ରେଡକ୍ରସ ଫଣ୍ଡରୁ ୧୪ ଜଣଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି ।
ବ୍ଳଡ କେନସରରେ ପିଡିତ ଜଣେ ନାବାଳକ, ବ୍ରେନଟ୍ୟୁମରରେ ପିଡିତ ଆଉଜଣେ ନାବାଳକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୋଟିଏ ଦିନରେ ସାମିଲ କରାଯାଇ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । କେତେକ ବରିଷ୍ଠ ନାଗରିକଙ୍କ ଜିବୀକା ନିର୍ବାହ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି ।
ଏହା ସହିତ ଜଣଙ୍କୁ ଏକ ତିନିଚକିଆ ସାଇକେଲ ଜିଲାପାଳ ସତ୍ୟରଂଜନ ସାହୁ ପ୍ରଦାନ କରିଛନ୍ତି । ସହାୟତା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ରେଡକ୍ରସ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031