Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳସ୍ଥିତ ସଦଭାବନାସଭା ଗୃହଠାରେ ଜରୁରୀକାଳୀନ ବିଭାଗ ତରଫରୁ ଗ୍ରୀଷ୍ମ ପ୍ରବାହ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

February 20
20:07 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୨ : ଆଜି ସକାଳ ୧୦.୦୦ ଘଟିିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନାସଭା ଗୃହ ଠାରେ ଜରୁରୀ କାଳୀନ ବିଭାଗ ତରଫ ଗ୍ରୀଷ୍ମ ପ୍ରବାହ ନିମନ୍ତେ ପ୍ରାକ ପ୍ରସ୍ତୁତି ଓ ତାହାର ନିରାକରଣ ନିମନ୍ତେ ଏକ ସଭା ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା , ଉପ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ, ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ଭୁଏ ଓ ଅନ୍ୟନ୍ୟା ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ସଭାକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ସଞ୍ଜୟ କୁମାର ଝା ପରିଚାଳନା କରୁଥିଲେ ।
ଏହି ସଭାରେ ଜିଲ୍ଲାରେ ବଢ଼ୁଥିବା ଗ୍ରୀଷ୍ମ ପ୍ରଭାକୁ ନେଇ ବିସ୍ତୃତ ଆଲେଶଚନା ହୋଇଥିଲାଓ ଏହାର ପ୍ରତିକାର ନିମନ୍ତେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁଜିଲ୍ଲାପାଳ ଆଦେଶ ଦେଇଥିଲେ ।
ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଶ୍ରମ ବିଭାଗ , ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ , ଜଙ୍ଗଲ ବିଭାଗ, ଜିଲ୍ଲା ପାନୀୟ ଜଳ ବିଭାଗ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ସମସ୍ତ ତହସିଲଦାରଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଜନସାଧାରଣ ଓ ପଶୁ ପକ୍ଷୀ ଅଂଶୁଘାତରେ ମୃତାହତ ଯେମିତ ନ ହୁଅନ୍ତି ସେଥିପ୍ରତି ଯତଃବାନ ହେବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031