Indus Valley Times

ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଗ୍ରାମୋଦୟ ସମ୍ପର୍କୀତ ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଗ୍ରାମୋଦୟ ସମ୍ପର୍କୀତ ବୈଠକ ଅନୁଷ୍ଠିତ

January 09
18:45 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧ : ଶୁକ୍ରବାର ଦିନ ଦିବା ୧୧ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସଦଭାବନା ସଭାଗୃହ ଠାରେ ଗ୍ରାମୋଦୟ ସମ୍ପର୍କୀତ ଏକ ବୈଠକ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏ ଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଜିଲ୍ଲାର ଅନୁନ୍ନତ ଓ ଉପାନ୍ତ ଅଞ୍ଚଳ ବରଗାଁ ଗ୍ରାମ ପଞ୍ଚାୟତର ୧୧ ଗୋଟି ଗ୍ରାମର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ପୁଙ୍ଖା ନୁପୁଙ୍ଖ ଆଲୋଚନା ହୋଇଥିଲା ।
ଉକ୍ତ ଗ୍ରାମ ଗୁଡିକରେ ବିଦ୍ୟୁତକରଣ, ପାନୀୟ ଜଳ, ବିଦ୍ୟାଳୟ ଓ ଅଙ୍ଗନବାଡ଼ିର ଭିତ୍ତିଭୂମି, ସ୍ବାସ୍ଥ୍ୟ ସେବା, ରାସ୍ତା ଘାଟର ସୁବିଧା, ଇଣ୍ଟରନେଟ, ମିନିବ୍ୟାଙ୍କ, ସମସ୍ତ ପ୍ରକାର ଭତ୍ତା, ରାସନ କାର୍ଡ, ଆଧାର କାର୍ଡ, କେ ୟା ସି ଅପଡେଟ, ପଶୁ ସମ୍ପଦ ବିଭାଗ, କୃଷି ବିଭାଗ, ବିଦ୍ୟାଳୟ,କ୍ରୀଡା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସହ ସମସ୍ତ ବିଭାଗ ର ବିଭିନ୍ନ ପ୍ରକାର ସ୍କିମ ରେ ସେହି ୨୨ ଗୋଟି ଗ୍ରାମ ର ହିତାଧିକାରୀ କିପରି ଉପକୃତ ହୋଇ ପାରିବେ, ଏଥିସହ ଅନ୍ୟାନ୍ୟ ଭିତ୍ତିଭୂମି ଆଦିର ବିକାଶ ଉପରେ ଆଲୋଚନା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930