Indus Valley Times

ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ସମ୍ମିଳନୀ ୨୦୨୪

 Breaking News

ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ସମ୍ମିଳନୀ ୨୦୨୪

ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ସମ୍ମିଳନୀ ୨୦୨୪
February 08
17:18 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୨: ବୌଦ୍ଧ ଜିଲ୍ଲା ର ତୁଲସୀ ମଣ୍ଡପ, ବୁଟୁପାଲି ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତ। ରେ ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ସମ୍ମିଳନୀ ତା: ୦୭.୦୨.୨୦୨୪ ରିଖ ଦିନ ORMAS ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସମ୍ମିଳନୀ ରେ ଭୂବନେଶ୍ଵର, କଟକ, ଫୁଲବାଣୀ, ସୋନପୁର ତଥା ବୌଦ୍ଧ ଜିଲ୍ଲା ର ବିକ୍ରେତା ମାନେ ଅଂଶଗ୍ରହଣ କରିଥିଲେ ।
ଏହି ସମ୍ମିଳନୀ ରେ ଜିଲ୍ଳା ର ବିଭିନ୍ନ ଗୋଟି ମହିଳା ଉତ୍ପାଦକ ଗୋଷ୍ଠୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଏଣ୍ଟରପ୍ରାଇସ, ଗ୍ରାମୀଣ ଶିଳ୍ପ କେନ୍ଦ୍ର ଓ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ (ୠଚଙ) ର ସଭ୍ୟ। ମାନେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ । ସମସ୍ତ ଉତ୍ପାଦ ଗୁଡିକୁ ବଜାର ସଂଯୋଗି କରଣ କରିବା ପାଇଁ ଲକ୍ଷ ରଖାଯାଇଥିଲା ।
ଉକ୍ତ ସମ୍ମିଳନୀ ରେ ଡା: ସତ୍ୟବାରୁପ ବିଦାନ୍ତ, DDM, NABARD; ଶ୍ରୀ ଯୋଗେନ୍ଦ୍ର ନାଥ ମହାପାତ୍ର, ADH; ଶ୍ରୀ ଯୋଗେଶ୍ଵର ବିଶି, DGM, DIC; ; ଶ୍ରୀର ରଶ୍ମୀଞ୍ଜନ ସେଠି, ଊଚଉ, ମିଶନ ଶକ୍ତି; ଶ୍ରୀ ଶିବାଶିଷ ଦାଶ, ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,ORMAS ପ୍ରମୁଖ ଉପସ୍ଥିତ ରହି ଉତ୍ପାଦିତ ବିଭିନ୍ନ ସାମଗ୍ରୀ ର ମାନ ର ଉନ୍ନତିକରଣ, ମାର୍କେଟିଙ୍ଗ, ମୂଲ୍ୟ ନିର୍ଦ୍ଧାରଣ, ବ୍ରାଣ୍ଡିଂ, ପ୍ୟାକେଜିଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରଯାଇଥିଲା ।
ଏହି ସମ୍ମିଳନୀ ରେ ଜିଲ୍ଲା ORMAS ର ଶ୍ରୀ ଅଜୟ କୁମାର ମେହେର, ଜିଲ୍ଲା ସଂଯୋଜକ ଓ ଶ୍ରୀ ଦିଲ୍ଲୀପ କୁମାର ରଥ, ସହକାରୀ କାର୍ଯ୍ୟନିର୍ବାହୀ ସଭା ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031