Indus Valley Times

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

 Breaking News

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

November 26
21:32 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୧୧: ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସିଭିଲ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା,ମୁଖ୍ୟ ଦଣ୍ଡାଦେଶ ଅଧିକାରୀ ହୃଷିକେଶ ଆଚାର୍ଯ୍ୟ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ସୁମିତ୍ରା ସାହୁ,ପ୍ରେବେସନ ବିଚାରପତି ବିକାଶ କିରନ ମିଶ୍ର,ଜିଲ୍ଲା ଓକିଲ ସଂଘ ସଭାପତି ତାରେଣି କୁମାର ମହାପାତ୍ର, ବରିଷ୍ଠ ଆଇନଜିବୀ ଓମପ୍ରକାଶ ମିଶ୍ର ଓ ନବ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସଭାରେ ଅତିଥିମାନେ ଆଇନର ବିଭିନ୍ନ ଦିଗ ଓ ଆମ ଦେଶର ସମ୍ବିଧାନ ଉପରେ ବସ୍ତୃତ ଭାବରେ ଆଲୋଚନା କରିଥିଲେ ।
ସଭାରେ ବରିଷ୍ଠ ଆଇନଜିବୀ ଓ ଆଇନସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟୁଣ୍ଟିୟରମାନେ ଯୋଗଦେଇଥିଲେ ।
ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ ଶିବିର
ବୌଦ୍ଧ,୨୬/୧୧: ବୌଦ୍ଧବ୍ଳକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତଠାରେ ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟାବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଗରୀବ ଓ ଭୂମିହୀନ ୮୬ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ।
ଘରଡିହ ପଟ୍ଟା ସହିତ ଏହି ପରିବାରମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଜାନରେ ଅତିରିକ୍ତ ୫୦ଦିନର କାମ ମଧ୍ୟ ଯୋଗାଇଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ଶିବିରରେ କଡାମୁଣ୍ଡା,ତୁତୁମସିଂହ,ବଡଗୋଛାପଡା,ମେନିଆପାଜୁ ଓ ରକଡପାଜୁର ଗ୍ରାମର ହିତାଧିକାରୀମାନଙ୍କୁ ଏହି ପଟ୍ଟା ବଣ୍ଟନ କାରଯାଇଥିଲା । ଯେଉଁ ଭୂମିହୀନ ପରିବାରମାନେ ତିନିପୁରୁଷ ଧରି ଜଙ୍ଗଲ ଜମିରେ ବସବାସ କରିଆସୁଛନ୍ତି,ସେମାନଙ୍କୁ ଚିହ୍ନଟ ଓ ତର୍ଜମା କରାଯାଇ ଏହି ପଟ୍ଟା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇଥିଲେ ।
ବୌଦ୍ଧ: ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ
ବୌଦ୍ଧ,୨୬/୧୧: ବୌଦ୍ଧଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବୌଦ୍ଧଜିଲ୍ଲା ସାମ୍ବାଦିକ ଫରୋମ କାର୍ଯ୍ୟାଳୟଠାରେ ୭୩ତମ ସମ୍ବିଧାନ ସଂକଳ୍ପ ଦିବସ ଓ ଜିଲ୍ଲା କାର୍ଯ୍ୟନିର୍ବାହୀ କମିଟି ବୈଠକ ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଚେରୀଛକସ୍ଥିତ ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂଜାର୍ଚ୍ଚନା କରାଯାଇଥିଲା ।
ବୈଠକରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜିବୀ ତଥାର ଜାଗ୍ରତ କନ୍ଧମାଳ ଓଡ଼ିଶା ସମାଜିକ ସଂଗଠନର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ମୁଖ୍ୟଅତିଥି,ପରିଷଦର ଉପଦେଷ୍ଟା ଶମ୍ଭୁନାଥ ମହାନନ୍ଦିଆ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବାବେଳେ ସମାଜସେବୀ ଅନାଦୀ ବାଦୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମ୍ବିଧାନ ଦିବସ ପାଳନର ମହତ୍ୱ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପରିଷଦର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ସଂଗଠନର ଲକ୍ଷ ଓ ଉଦ୍ଦେଶ୍ୟ ତଥା ଆଗାମୀ ଦିନର କାର୍ଯ୍ୟଖସଡା ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ବସନ୍ତ କୁମାର ଖୁରା,ରୋହିତ କହଁର,ରାମଚନ୍ଦ୍ର ତାଣ୍ଡି,ସଂଗଠନ ସମ୍ପାଦକ ଦେବଦତ୍ତ ସାଗର,ବରିଷ୍ଠ ସଦସ୍ୟ ପ୍ରସନ୍ନ ମହାନନ୍ଦିଆ,ପ୍ରଦ୍ୟୁମ୍ନ ଦାସ,କ୍ଷେତ୍ରମୋହନ ମହାନନ୍ଦ,ଶଙ୍କର୍ଷଣ କହଁର,ପ୍ରଜାପତି ଭବସାଗର,ସନ୍ତୋଷ ବେହେରା,ପ୍ରଫୁଲ୍ଲ ବେହେରା,ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଉପସଭାପତି ମକରଧ୍ୱଜ ମହାନନ୍ଦିଆ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ: ସମ୍ବିଧାନ ଦିବସ ପାଳିତ
ବୌଦ୍ଧ,୨୬/୧୧: ବୌଦ୍ଧଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ,ଓଡ଼ିଶା ଦଳିତ ଅଧିକାର ମଞ୍ଚ ବୌଦ୍ଧଶାଖା ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ କୋର୍ଟଛକଠାରେ ଅବସ୍ଥିତ ବାବା ସାହେବ ଡଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟର୍ପଣପରେ ବୁଟୁପାଲି ପଲ୍ଲୀ ବିକାଶ ପରିଷଦ କାର୍ଯ୍ୟାଳୟଠାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟଅତିଥି ଭାବରେ ପାଣଗଣ୍ଡା ସମାଜ ପିକାଶ ପରିଷଦର ସଭାପତି ପ୍ରଦିପ କୁମାର ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ନବୀନ କୁମାର ଭଏନା ସ୍ୱାଗତଭାଷଣ ପ୍ରଦାନ ପରେ ମୁଖ୍ୟବକ୍ତା କ୍ଷେତ୍ରବାସୀ ଭୋଇ ସମ୍ବିଧାନ ପ୍ରଣେତା ଡଃ. ଆମ୍ବେଦକରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସଭାରେ ଦଳିତ ଅଧିକାର ମଞ୍ଚର କାର୍ଯ୍ୟକାରୀ ସଭାପତି ସୁରେଶ ରାଜହଂସ,ଗରୀବୁନା,ପବିତ୍ର ମହାନନ୍ଦିଆ,ମେଘୁ ମହାନନ୍ଦିଆ,ଟିକ ବେହେରା,ରାଜେନ୍ଦ୍ର ବେହେରା,ଶମ୍ଭୁଭୂଷଣ ଭଏନା,ପ୍ରକାଶ ମହାନନ୍ଦିଆ, ଚନ୍ଦନ ବେହେରା, ବାମନ ବେହେରା,ପରମେଶ୍ୱର ବେହେରା,ଝାରୁ ଭୋଇ, ମାର୍କଣ୍ଡ କଲତା ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଅଯତ୍ନ ଲୁହା ଧନ୍ୟବାଦ ପ୍ରଦାନ କରିଥିଲେ ।
ବୀରନରସିଂପୁର ଠାରୁ କରଡ଼ି ରାସ୍ତାର ନବୀକରଣ ପାଇଁ ଦାବୀ ଜଣାଇଲା କଂଗ୍ରେସ
ବୌଦ୍ଧ ,୨୬/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ଗ୍ରାମର ଜାତୀୟ ରାଜପଥ ୫୭ ଠାରୁ କରଡ଼ି ଗ୍ରାମକୁ ଯିବା ପାଇଁ ଏକ ନିତିଦିନିଆ ରାସ୍ତା ରହିଛି, ଏହି ରାସ୍ତା ଦେଇ ମହାକୁଡ଼ ପାଲି, ମହୁଲବୁରି, ଡୁମୁରିମୁଣ୍ଡା ହୋଇ କରଡ଼ି ଗ୍ରାମକୁ ଯିବା ଆସିବା ଚାଲିଛି । ଆଜକୁ ଦୀର୍ଘ କୋଡିଏ ବର୍ଷ ହେଲାଣି, ଏହି ରାସ୍ତା ପାଇଁ କୌଣସି ଉନ୍ନୟନ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ଫଳରେ ଦିନକୁ ଦିନ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି ଏବଂ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି,ଉପରୋକ୍ତ ଗ୍ରାମ ଗୁଡିକର ଲୋକମାନଙ୍କ ପାଇଁ ଏହି ରାସ୍ତା ଜୀବନ ରେଖା ଭାବେ କାର୍ଯ୍ୟ କରୁ ଥିବାବେଳେ କରଡ଼ି ଗ୍ରାମରେ ଅବସ୍ଥିତ ଐତିହାସିକ ଶୈବ ପୀଠ ଶ୍ରୀ ଶ୍ରୀ ଚମ୍ପେଶ୍ୱର ବାବା ଙ୍କୁ ଦର୍ଶନ ପାଇଁ ମଧ୍ୟ ଏହି ରାସ୍ତା ଦେଇ ଯିବାକୁ ହୋଇଥାଏ ।
ଏହି ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମ ଗୁଡିକର ସମୂହ ସ୍ୱାର୍ଥକୁ ଦେଖି ତୁରନ୍ତ ନବୀକରଣ କରିବାକୁ ଜିଲ୍ଲା କଂଗ୍ରେସ କମିଟିପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି । ଆହୁରି ମଧ୍ୟ ଅଭିଯୋଗରେ ଦର୍ଶା ଯାଇଛି ଯେ ଦୀର୍ଘ ବର୍ଷରୁ ଶୁଣିବାକୁ ମିଳେ ଆରଡ଼ି ବିଭାଗ କୁ ଏହି ରାସ୍ତା ହସ୍ତାନ୍ତର ହେବା ସହ ରାସ୍ତାର ନବୀକରଣ ହେବା ନିମିତ୍ତ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ବାସ୍ତବତା ଦେଖିବାକୁ ମିଳୁ ନାହିଁ, ତୁରନ୍ତ ଏହି ରାସ୍ତା ଉପରେ ପ୍ରଶାସନ ଦୃଷ୍ଟି ଦେଇ କାର‌୍ୟ୍ୟାରମ୍ଭ କରିବାକୁ ଅନୁରୋଧ କରାଯାଇଛି ।
ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବା ସହ ଆଗାମୀ ୭ ଦିନ ଭିତରେ ଏହି ଦାବୀ ପୂରଣ ନ ହେଲେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ ର ଦଳିତ ସେଲ ସଂଯୋଜକ ବୈଦ୍ୟନାଥ ମହାନନ୍ଦିଆ, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ ,ଆରଜିପିଆରଏସ ସଭାପତି ସମରେନ୍ଦ୍ର ମହାକୁଡ଼, ପୌଲସ୍ତି ପ୍ରଧାନ ପ୍ରମୁଖ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031