Indus Valley Times

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ : ଉନ୍ନୟନ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା ସହ ସଫଳ ବିନିଯୋଗ ଉପରେ ଗୁରୁତ୍ବାରୋପ

 Breaking News

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ : ଉନ୍ନୟନ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା ସହ ସଫଳ ବିନିଯୋଗ ଉପରେ ଗୁରୁତ୍ବାରୋପ

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ : ଉନ୍ନୟନ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା ସହ ସଫଳ ବିନିଯୋଗ ଉପରେ ଗୁରୁତ୍ବାରୋପ
March 01
20:59 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧/୩ : ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସାଲୱାର ସ୍ବାଗତ ଭାଷଣ ସହିତ ଜିଲ୍ଲାରେ କାର୍ଯ୍ୟକାରୀ କେନ୍ଦ୍ରୀୟ ଉନ୍ନୟନମୂଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।
ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀ ଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା ପୂର୍ବକ କେନ୍ଦ୍ରୀୟ ଅନୁଦାନ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ସାଂସଦ ଶ୍ରୀମତୀ ସିଂଦେଓ ଗୁରୁତ୍ବାରୋପ କରିଥିଲେ।
ଏହାସହ ସାଂସଦ ପାଣ୍ଠି ଦ୍ଵାରା କାର୍ଯ୍ୟକାରୀ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତା ର ସମୀକ୍ଷା କରି ଧାର୍ଯ୍ୟ ସମୟରେ ସଂପୂର୍ଣ୍ଣ କରିବାକୁ ସାଂସଦ ନିର୍ଦେଶ ଦେଇଥିଲେ।
ବୈଠକରେ ବିଶେଷଭାବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗୁଣାତ୍ମକ ମାନ,ମନରେଗା ଯୋଜନାର ସଫଳ ରୂପାୟନ,ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟନ୍ୱୟନ ଯୋଜନା,ପ୍ରଧାନମନ୍ତ୍ରୀ ଆବସ ଯୋଜନା,କ୍ଷୁଦ୍ର ଜଳସେଚନ,ମେଗା ଲିପ୍ଟ ପ୍ରକଳ୍ପ,ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା କାର୍ଯ୍ୟକାରୀ ସ୍ୱାସ୍ଥ୍ୟ ଯୋଜନା,ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକାରିତା ର ସମୀକ୍ଷା କରିଥିଲେ।ଜିଲ୍ଲାରେ ସ୍ଥିତ ସମସ୍ତ ବର୍ଗ ସ୍କୁଲର ସମ୍ପୂର୍ଣ୍ଣ ତଥ୍ୟ ସାତଦିନ ମଧ୍ୟରେ ଦାଖଲ କରିବାକୁ ଡିଇଓ ଙ୍କୁ ନିର୍ଦେଶ ଦେଇଥିଲେ।
ସେହିପରି ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ସମସ୍ତ ଚିକିତ୍ସାଳୟ ଗୁଡିକରେ ସମସ୍ତ ମୌଳିକ ସୁବିଧାକୁ ଉପଲବ୍ଧ କରାଇବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷା ମାନ୍ୟବର ସାଂସଦ ଶ୍ରୀମତୀ ସିଂଦେଓ।ବୈଠକରେ ଜାତୀୟ ସାମାଜିକ ସହାୟତା ଯୋଜନାରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସଫଳ ବିନିଯୋଗର ସମୀକ୍ଷା କରି ଯୋଜନା ର ସୁପରିଚାଳନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।ଏତଦ ବ୍ୟତୀତ ଜିଲ୍ଲାର ଜଳସେଚନ ବିଭାଗ,ଜାତୀୟ ଉଦ୍ୟାନ ମିଶନ ଯୋଜନା,ନିର୍ମାଣ ଶ୍ରମିକ ଯୋଜନା,ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା ତଥା ଅନ୍ୟାନ୍ୟ ଯୋଜନା ଉପରେ ସାଂସଦ ସମୀକ୍ଷା କରିଥିଲେ।
ବଲାଙ୍ଗୀର ରେ ନେଟୱର୍କ ଅସୁବିଧା କୁ ନେଇ କ୍ଷୋଭ ପ୍ରକାଶ କରିଥିଲ ସାଂସଦ।ଜିଲ୍ଲାରେ ନେଟୱର୍କ ଅସୁବିଧା ଥିବା ସତ୍ୱେ ନୂଆ ପ୍ରପୋଜାଲ ନ ଯାଉଥିବାରୁ ଆଗକୁ ଏଥିପାଇଁ ଧ୍ୟାନ ଦେବାକୁ କହିଥିଲେ।
ସେମିତି ଯେଉଁ ସରକାରୀ ଚାକିରୀଆ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ଯାଉଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମତ ପ୍ରକାଶ ପାଇଥିଲା।
ସେହିପରି ମେଗାଲିଫ୍ଟ ଡିଭିଜନ ବଦଳେଇବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା।ଜିଲ୍ଲାର କିଛି ପ୍ରକଳ୍ପ ପଡୋଶୀ ଜିଲ୍ଲା ଡିଭିଜନ ରେ ଆସୁଥିବାରୁ ଏହି ପ୍ରସ୍ତାବ ଦିଆ ଯାଇଥିଲା।
ସେହିପରି ପାନୀୟ ଜଳ ଯୋଗାଣରେ ଗୁଣବତ୍ତା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ।ହର ଘର ଜଳ ଯୋଜନାରେ ସମସ୍ତ ଗାଁ କୁ ଅନ୍ତର୍ଭୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ।କିଛି ସ୍ଥାନରେ ନୂତନ ପୋଷ୍ଟାଲ ଦରକାର ଥିବାରୁ ସେଥିପାଇଁ ପ୍ରକ୍ରିୟା ଶୀଘ୍ର କରିବାକୁ କହିଥିଲେ।
ଏହି ବୈଠକରେ ମାନ୍ୟବର ରାଜ୍ୟସଭା ସଂସଦ ନିରଞ୍ଜନ ବିଶି,ମାନ୍ୟବର ବିଧାୟକ କଣ୍ଟାବାଞ୍ଜି ଲଖମନ ମେହେର,ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାତ ମହାପାତ୍ର,ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଓ ବିଧାୟକ ମାନଙ୍କ ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପଞ୍ଚାୟତ ସମିତି ର ଅଧ୍ୟକ୍ଷ,ଅଧ୍ୟକ୍ଷା,ଦିଶା କମିଟି ର ମନୋନୀତ ସଦସ୍ୟ ସଦସ୍ୟା ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31