Indus Valley Times

ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ସ୍ୱୟଂପ୍ରକାଶ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ

 Breaking News

ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ସ୍ୱୟଂପ୍ରକାଶ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ

October 21
18:26 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୧/୧୦ : ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଯାଇଛି।
ଏଥିରେ ଜୁନିଅର ବିଭାଗରେ ସ୍ୱୟଂ ପ୍ରକାଶ ସାହୁ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇଛନ୍ତି।
ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୩୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି।
ଜୁନିଅର ବିଭାଗରୁ କ୍ରମନ୍ୱୟରେ ସ୍ୱୟଂପ୍ରକାଶ ସାହୁ, ରାଜା ପ୍ରଧାନ, ଆୟୁଷ୍ମାନ ବେହେରା, ଐଶ୍ୱର୍ଯ୍ୟ ସ୍ୱାଇଁ ଏବଂ ଚିତ୍ତରଞ୍ଜନ ଦାଶ ଟପ-୫ରେ ରହିଥିବା ବେଳେ ସିନିଅର ବିଭାଗରେ ଜିତେନ୍ଦ୍ର କୁମାର ଦାସ,ଜୟପ୍ରକାଶ ବଇରୀଗଞ୍ଜନ,କୌଶିକ ଦାଶ, ରାକେଶ ମିଶ୍ର ଏବଂ ସନ୍ତୋଷ କୁମାର ନାଏକ ପ୍ରମୁଖ ଟପ-୫ରେ ରହି ଅତିଥିଙ୍କ ଠାରୁ ପୁରସ୍କାର ରାଶି, ଟ୍ରଫି ଏବଂ ମାନପତ୍ର ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି।
ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ ସମାଜସେବୀ ପୂର୍ଣଚନ୍ଦ୍ର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବିଜୟୀ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।
ଚେସ ଆସୋସିଏସନ ସଭାପତି ଭାଗିରଥି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ସମ୍ପାଦକ ଲକ୍ଷ୍ମୀଧର ସାହୁ ଅତିଥି ପରିଚୟ ଏବଂ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା ଏବଂ ଉପସଭାପତି ବାଲ୍ରାସେନ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ଅଭିଷେକ ଆଚାର‌୍ୟ୍ୟ ପରିଚାଳନା କରିଥିବା ବେଳେ ରାଜ୍ୟ ଚେସ ଆସୋସିଏସନ କାର‌୍ୟ୍ୟକାରୀ କମିଟି ସଦସ୍ୟ ରିତେଶ ରଥ,ଜିଲ୍ଲା ଚେସ ଆସୋସିଏସନ ସହ ସମ୍ପାଦକ ଉମାକାନ୍ତ ମିଶ୍ର, କାର‌୍ୟ୍ୟକାରୀ କମିଟି ସଦସ୍ୟ ଭିକାରି ଚରଣ ଦାସ, ଧିରେନ ପ୍ରଧାନ, ଅଜିତ କୁମାର ମିଶ୍ର,ସଞ୍ଜୟ କୁମାର ସ୍ୱାଇଁ,ପ୍ରକାଶ କୁମାର ମହାପାତ୍ର, ବିଶ୍ୱରଂଜନ ଦାସ ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031