Indus Valley Times

ଜିଲ୍ଲା ପ୍ରେସକ୍ଳବର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲା ପ୍ରେସକ୍ଳବର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

April 27
20:55 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୭/୪: ଖୋରଧା ଜିଲ୍ଲା ପ୍ରେସକ୍ଲବର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରେସକ୍ଲବର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜାମ୍ମୁ କାଶ୍ମୀର ପହଲଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପର୍ଯ୍ୟଟକ ମାନଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯିବା ସହିତ ଏଭଳି ଘଟଣାର ଦୃଢ଼ ନିନ୍ଦା କରାଯାଇଥିଲା ।
ପ୍ରେସ କ୍ଲବର ଆଗାମୀ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରିବା ନିଷ୍ପତିକୁ ଏହି ବୈଠକରେ ବିରୋଧ କରାଯାଇଥିଲା ।
ଏ ସଂପର୍କରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ଏହା ସହିତ, ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କର ସମସ୍ତ ନିଷ୍ପତିକୁ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ଦୃଢ ସମର୍ଥନ କରାଯାଇଥିଲା ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସକ୍ଲବର ଉପଦେଷ୍ଟା ତପନ କୁମାର ନାୟକ, ଉପ-ସଭାପତି ପ୍ରସନ୍ନ କୁମାର ପାଇକରାୟ , ଲଳିତ ମୋହନ ମହାପାତ୍ର, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ମାର୍ଗଦର୍ଶକ ପ୍ରକାଶ କୁମାର ହାତୀ, ମହମ୍ମଦ ମୋତାହାର ଯୁସୁଫ, ଶୁଭକାନ୍ତ ମହାପାତ୍ର, ସୟଦ ଲିୟାକତ ଅଲ୍ଲୀ, ରଞ୍ଜିତ ପାଟଶାଣୀ, କୁତୁବୁଦ୍ଦିନ ଖାନ,ଈଶ୍ୱର ଚନ୍ଦ୍ର ମଙ୍ଗରାଜ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଗାମୀ ଦିନରେ ଜିଲ୍ଲା ପ୍ରେସକ୍ଲବର ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲା ପ୍ରେସକ୍ଲବର ସମସ୍ତ ସଭ୍ୟଙ୍କ ସହଯୋଗରେ ଆଗାମୀ ବର୍ଷ ପାଇଁ ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବାକୁ ଉପଦେଷ୍ଟା ତପନ ନାୟକଙ୍କ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930