Indus Valley Times

ଜିଲ୍ଲା ସଂଗ୍ରହାଳୟ ପରିସରରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ଜିଲ୍ଲା ସଂଗ୍ରହାଳୟ ପରିସରରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ସଂଗ୍ରହାଳୟ ପରିସରରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
January 18
17:47 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/ ୧: (ରବିବାର ) ଦିବା ୧୧ ଘଟିକା ସମୟରେ ଜ଼ିଲ୍ଲା ସଂଗ୍ରହାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ର ବିଚାରକ ଭାବେ ସାହିତ୍ୟିକ ରମେଶ ପ୍ରସାଦ ମେହେର, ହୃଦାନନ୍ଦ ପ୍ରଧାନ, ରାଜ କୁମାର ପ୍ରଧାନ,ଇଂରାଜୀ ବକ୍ତୃତା ପ୍ରତିଯୋଗିତା ର ବିଚାରକ ଭାବେ ସହକାରୀ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଲଣ୍ଡା, ସି ଆର ସି ସି, ବିରନରସିଂହପୁର, ଅର୍ଜୁନ କଁହର, ସି ଆର ସି ସି, ରାଧାନଗର ପ୍ରଶାନ୍ତ କୁମାର ସାହୁ,ସଂସ୍କୃତ ବକ୍ତୃତା ପ୍ରତିଯୋଗିତା ରେ ଅଧ୍ୟାପକ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପ୍ରତାପ ଚନ୍ଦ୍ର ରଥ, ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ସିଂହ ଯୋଗ ଦେଇ ବିଚାର କାର୍ଯ୍ୟ ତୁଲାଇ ଥିଲେ । ପ୍ରତିଯୋଗିତା ପରେ ପରେ ବନ୍ଦେ ମାତରମ ର ୧୫୦ ବାର୍ଷିକୀ ପାଳନ ଅବସରରେ ସମସ୍ତ ବିଚାରକ, ବୁଦ୍ଧିଜିବି, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ ବନ୍ଦେ ମାତରମ ର ସାମୁହିକ ଗାନ ସହିତ ଆତ୍ମନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ ପାଠ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ସୁଶ୍ରୀ ସିଂହ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମେଂଢ଼ୀମାଳ ର ଶ୍ରଦ୍ଧକ୍ଷ ଶୁଭଦର୍ଶିନୀ ସାହୁ – ପ୍ରଥମ, ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଶ୍ରୀଶାନ୍ତ ପଟ୍ଟନାୟକ – ଦ୍ଵିତୀୟ, ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ଶ୍ରୀଜିତ ପାଣିଗ୍ରାହୀ ଏବଂ ସେଣ୍ଟ ଜାଭିଅରସ ପବ୍ଲିକ ସ୍କୁଲ ତୃତୀୟ, ଇଂରାଜୀ ବକ୍ତୃତା ରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଶନତ୍ରୀପ୍ତି ସାହୁ ପ୍ରଥମ, ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ଶ୍ରୀଜିତ ପାଣିଗ୍ରାହୀ ଦ୍ଵିତୀୟ, ଆର୍ଯ୍ୟ ନାରାୟଣ ଦେବ ତୃତୀୟ, ସଂସ୍କତ ବକ୍ତୃତା ରେ ସଂତ୍ରୀପ୍ତି ସାହୁ ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରିତମ ମେହେର ଦ୍ଵିତୀୟ, ଶିବାନୀ ଧଳ ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ର ଡେଜଲିନ ସାହୁ ପ୍ରଥମ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ତୃପ୍ତିମୟୀ ଭଞ୍ଜ ଦ୍ଵିତୀୟ ଓ ଅନ୍ଵେଷା ମିଶ୍ର ତୃତୀୟ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ସୁନେଲି ବାଘ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଇଂରାଜୀ ବକ୍ତୃତା ରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଅନ୍ଵେଷା ମିଶ୍ର ପ୍ରଥମ, ତୃପ୍ତିମୟୀ ଭଞ୍ଜ ଦ୍ଵିତୀୟ, ପୂଜାରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସମସ୍ତ କୃତୀ ପ୍ରତିଯୋଗୀ ଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଜାନୁୟାରୀ ୨୬ ତାରିଖ ସନ୍ଧ୍ୟା ରେ ଟାଉନ ହଲ ଠାରେ ପୁରସ୍କୃତ କରାଯିବ ।
ଆସନ୍ତାକାଲି ଜ଼ିଲ୍ଲା ସଂଗ୍ରହାଳୟ ଠାରେ ବନ୍ଦେ ମାତରମ କାର‌୍ୟ୍ୟକ୍ରମ ର ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031