Indus Valley Times

ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧର ବିକାଶ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧର ବିକାଶ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧର ବିକାଶ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
February 18
10:52 2026

କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୨ : (ମଂଗଳବାର) ଦିନ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଥିବା ଜିଲ୍ଲା ସଂଗ୍ରହଳୟ ର ସୁପରିଚାଳନା ଓ ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ର ବୁଦ୍ଧିଜି ବୀ,ନାଗରିକ, ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମ୍ୟୁଜିୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀ ମାନଙ୍କ ଦରମା, ମ୍ୟୁଜିୟମରେ ସଂଗୃହିତ ସାମଗ୍ରୀର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ନିମନ୍ତେ ଆବଶ୍ୟକ ପାଣ୍ଠି ସଂଗ୍ରହ, ସରକାରଙ୍କୁ ମ୍ୟୁଜିୟମ ହସ୍ତାନ୍ତର ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।
ବୈଠକରେ ପୂର୍ବତନ ମନ୍ତ୍ରୀ ପ୍ରଦିପ ଅମାତ, ବୌଦ୍ଧଗଡ଼ ପୌରପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ତାରେଣୀ ମହାପାତ୍ର, ବିପ୍ର ଚରଣ ମହାନ୍ତି,ବିଶେଶ୍ୱର ପୃଷ୍ଟି ,ବସନ୍ତ କୁମାର ସାହୁ, ନୀଳ ଲୋହିତ ମହାପାତ୍ର,ସୁମନ ଷଡ଼ଙ୍ଗୀ ନିଜ ନିଜ ମତାମତ ବ୍ୟକ୍ତ କରିଥିଲେ ।
ଏହି ବୈଠକ ରେ ବରିଷ୍ଠ ଆଇନଜୀବି, ସାମ୍ବାଦିକ, ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସଭା ଆରମ୍ଭ ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ କରିଥିବା ବେଳେ ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ ।
ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସୁବିଧା ଉପରେ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ, ୧୮/୨ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସ ଦ୍ୱାରା ତେଲିବନ୍ଧ ଗ୍ରାମ ପଂଚାୟତର ଚନ୍ଦ୍ରପୁର ଗ୍ରାମର କ୍ଲବ ଘର ଠାରେ ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସୁବିଧା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧକ୍ଷ ପ୍ରତାପ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚୀବ ଶ୍ରମତି ଶ୍ରଧାଞ୍ଜଳି ରାୟଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରମ ଅଧୁକାରୀ ଶ୍ରୀମତି କନ୍ୟା କୁମାରୀ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ତେଲିବନ୍ଧ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ବହୁ ପରିମାଣରେ ଗ୍ରାମବାସୀ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଏଥିରେ ଉପସ୍ଥିତ ଥୁବା ଅଧିକାରୀ ଗଣ ସମସ୍ତଙ୍କୁ ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ସରକାରଙ୍କ ଦ୍ବାରା ସେମାନଙ୍କ ପାଇଁ ମିଳୁଥବା ବିଭିନ୍ନ ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବରେ ଆଲୋକପାତ କରଥିଲେ ।
ପାରାଲିଗାଲ ଭଳିଣ୍ଟର ରଞ୍ଜନ କୁମାର କର୍ଣ୍ଣ,ଅର୍ଜୁନ ପ୍ରଧାନ,ଜୟନ୍ତ ପ୍ରଧାନ,ସ୍ୱାଧୀନ ପ୍ରଧାନ, ଅଜିତ ପରିଡା ସହଯୋଗ କରିଥିଲେ । ପିଏଲଭି ସୁଶୀଲ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930