Indus Valley Times

ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା ମହାସମାରୋହରେ ଅନୁଷ୍ଠିତ

 Breaking News

ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା ମହାସମାରୋହରେ ଅନୁଷ୍ଠିତ

November 13
21:32 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୧୧ : ବୌଦ୍ଧ ୧୩/୧୧ – ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା ପି ମ୍ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏକ ଦେଶ ଏକ ଶିକ୍ଷା ବ୍ୟବସ୍ଥା କହିବା ସହିତ ପୂର୍ବ ଶିକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ଶିକ୍ଷା ଉପରେ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, କନ୍ଧମାଳ ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜିଲ୍ଲା ଶିଳ୍ପ ତାଲିମ୍ ଅନୁଷ୍ଠାନର ଅଧ୍ୟକ୍ଷ ସୁବୋଧ କୁମାର ପାଣଗ୍ରାହୀ, ଜିଲ୍ଲା ବହୁ ବୃତ୍ତି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ , ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜୟ କୁମାର ଦାସ ,ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ପୂର୍ଣାନନ୍ଦ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ରହି ସରକାରଙ୍କର ଶିକ୍ଷା ଉପରେ ନେଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ସଂସ୍କୃତ ଶିକ୍ଷକ, ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ପ୍ରମୋଦ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଅବସରରେ ତାଳବାହାଲ କ୍ଲଷ୍ଟର ର ଶିକ୍ଷକ ଦୁର୍ଗା ଚରଣ ମହାକୁଡ, ବୈବସୁତ ବିଶ୍ଵାଳ ଓ ଛାତ୍ର ଶ୍ରୀକାନ୍ତ ବାରିକ ଆସ ସ୍କୁଲ ଯିବା ବିଷୟକୁ ନେଇ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ ।
ଉକ୍ତ ଯୋଜନା ଆଧାରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ମୁଖ୍ୟଶ୍ରୋତ ରେ ସାମିଲ କରାଯାଇଅଛି ।
ସେମାନଙ୍କ ମଧ୍ୟରୁ ୨୧ ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରଯାଇଥିଲା ।
ବୌଦ୍ଧ ଗୋଷ୍ଠୀଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ , କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି ଜିଲ୍ଲାର ସମସ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସି ଆର୍ ସି ସି, ସ୍ଥାନୀୟ ବିଦ୍ୟାଳୟର ତଥା ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଆୟୋଜିତ ହେଇଥିବା ପଦଯାତ୍ରାରେ ଅଂଶ ଗ୍ରହଣ କରିଥଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930