Indus Valley Times

ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ

 Breaking News

ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ
September 06
18:09 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୬/୯: ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ସିଂ ଏବଂ କାର୍ଯ୍ୟକ୍ରମର ଆବାହକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ପ୍ରମୁଖ ମଞ୍ଚାସୀନ ଥିଲେ ।
ଶିକ୍ଷା ହିଁ ପ୍ରଗତି, ଯେଉଁ ରାଷ୍ଟ୍ର ଯେତେ ଶିକ୍ଷିତ ସେହି ରାଷ୍ଟ୍ର ସେତେ ବିକଶିତ । ପିଲାମାନଙ୍କୁ ସଂସ୍କାର ସମ୍ପନ୍ନ ବଳିଷ୍ଠ ଓ ସମ୍ବେଦନଶୀଳ ନାଗରିକ ରୂପେ ଗଢି ଏକ ସୁନ୍ଦର ସମାଜର ନିର୍ମାଣରେ ଗୁରୁଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିବା ସହିତ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ମନ୍ଧରେ ମଞ୍ଚାସୀନ ଅତିଥି ମନେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ସ୍ଥାନୀୟ ବୁଟୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ବନ୍ଦନା କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ଅତିଥି ମାନଙ୍କ ଦ୍ୱାରା ଜିଲ୍ଲାର ମନୋନୀତ ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଟ୍ରଫି, ମାନପତ୍ର ଓ ଉପଢୌକନ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ତେଲିବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରଶ୍ମିତା ସାହୁ, ଆଦିବାସୀ ଉଚ୍ଚବିଦ୍ୟାଳୟ ନୁଆଁପାଲିର ଜବରସିଂ ବନଛୋର, ମେଣ୍ଢିମାଳ ସରକାରୀ ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟର ପ୍ରମୋଦ କୁମାର ପ୍ରଧାନ, କୁଣ୍ଢାମାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତନୟା ମଲିକ ଓ ଉମାକାନ୍ତ ପଣ୍ଡା, ଆର ଏନ ହାଇସ୍କୁଲ ଧଳପୁରର ଆଦର୍ଶ ଚନ୍ଦ୍ର ପୁହାଣ, ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ସୁଶାନ୍ତ ବେଜୀଙ୍କୁ ମାଧ୍ୟମିକ ଶିକ୍ଷକ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଏଲିମେଣ୍ଟାରୀ ବିଭାଗର ବଡ଼କୁଶଙ୍ଗ ସି ଆର୍ ସି ସି ଗନ୍ଧର୍ବ ସାହୁଙ୍କୁ ସି ଆର ସି ସି ପୁରସ୍କାର ଏବଂ ଚଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋପାଳ ଅମାତ, ହରେକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟର ଭବାନୀ ଶଙ୍କର କହଁର ଓ ବଉଲସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିଲ୍ଲୀପ କୁମାର ମହାନ୍ତିଙ୍କୁ ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଶିକ୍ଷକ ସନ୍ତୋଷ କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ । ବୁଟୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବଲାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ସିଂ ଧନ୍ୟବାଦ ଦେଇଥିଲେ କ୍ଷ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ, ସି ଆର ସି ସି ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031