Indus Valley Times

ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ-୨୦୨୫ ପାଳିତ, ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ- ମନ୍ତ୍ରୀ

 Breaking News

ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ-୨୦୨୫ ପାଳିତ, ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ- ମନ୍ତ୍ରୀ

November 16
11:53 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୬/୧୧ : ଶନିବାର ଅପରାହ୍ନରେ ଜିଲ୍ଲା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ପାଳିତ ହୋଇଯାଇଅଛି ।
୧୮୧୭ ମସିହାରେ ପାଇକ ବିଦ୍ରୋହ ଠାରୁ ଇଂରେଜ ମାନଙ୍କ ଶୋଷଣ, ନିର୍ଯ୍ୟାତନା ସମଗ୍ର ଦେଶବାସୀ ଭୋଗୁଥିବା ବେଳେ ଜନଜାତି ସମ୍ପ୍ରଦାୟ ମଧ୍ୟ ଏଥିରୁ ବାଦ ପଡ଼ିନଥିଲେ ।
ସେମାନଙ୍କ ଶରୀର ଓ ମନରେ ବିଦ୍ରୋହର ବହ୍ନି ପ୍ରଜ୍ବଳିତ ହୋଇଥିଲା କ୍ଷ ୧୮୭୫ ମସିହାରେ ବିର୍ଶା ମୁଣ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଏକ ପ୍ରଜ୍ବଳିତ ବିଦ୍ରୋହ ଯାହା ଇଂରେଜ ସରକାରଙ୍କ ଶୋଷଣ, ଅତ୍ୟାଚାର ଓ ନିର‌୍ୟ୍ୟାତନା ବିରୁଦ୍ଧରେ ସମଗ୍ର ଜନଜାତି ଓ ଅନେକ ସ୍ଵାଧୀନତା ସଂଗ୍ରାମୀ ସାମିଲ ହୋଇ ଏକତ୍ରିତ ହୋଇ ଲଢ଼ିଥିଲେ ଏବଂ ବିର୍ସା ମୁଣ୍ଡା ଙ୍କ ବିରତ୍ଵ ସମଗ୍ର ଦେଶରେ ପ୍ରଭାବ ପକାଇ ଥିଲା ଯାହା ସ୍ଵାଧୀନତା ସଂଗ୍ରାମରେ ଦେଶର ସମସ୍ତ ଜନଜାତି ସାମିଲ ହୋଇ ଦୁଦ୍ଧର୍ଷ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରେରଣା ପାଇଥିଲେ ବୋଲି ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଆଇନ , ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନ ଯୋଗ ଦେଇ ଅଭିଭାଷଣ ରଖିବା ସହ ଭଗବାନ ବିର୍ସା ମୁଣ୍ଡା ଙ୍କ ତ୍ୟାଗ, ଆଦର୍ଶ, ବଳିଦାନ ରେ ଉଦବୁଦ୍ଧ ହୋଇ ଜନଜାତି ମାନଙ୍କର କଳା ସଂସ୍କୃତି ଓ ବିରତ୍ୱକୁ ଉଜ୍ଜୀବିତ କରି ରଖିବାକୁ ଆହ୍ଵାନ ଦେଇଥିଲେ । ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଏକ୍ରାମ ଶ୍ରୀଯୁକ୍ତ ବାବୁ ସିଂ ଅଭିଭାଷଣରେ କହିଲେ ବିର୍ସା ମୁଣ୍ଡା ଙ୍କ ବୟସ ସ୍ୱଳ୍ପ ଥିଲେ ମଧ୍ୟ ତାଙ୍କର ବିରତ୍ବ, ଦେଶ ପ୍ରେମ,ଓ ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ତାଙ୍କୁ ଅମର କରି ରଖିବା ଉଦ୍ଦେଶ୍ୟରେ ତାଙ୍କର ସମଗ୍ର ଦେଶରେ ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହେଉଅଛି । ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ସ୍ଵାଧୀନତା ପୂର୍ବରୁ ଜନଜାତି ମାନଙ୍କ ତ୍ୟାଗ ଅସୀମ ଥିଲା ଯାହା ବିର୍ସା ମୁଣ୍ଡାଙ୍କ ଜୀବନୀ ରୁ ଜଣାଯାଏ ।
ବିର୍ସା ମୁଣ୍ଡା ଙ୍କ ତ୍ୟାଗ, ଆଦର୍ଶ ଏବଂ ବିରତ୍ୱ ଓ ବ୍ରିଟିଶ୍ ବିରୁଦ୍ଧରେ ରଣ ହୁଙ୍କାର ଓ ବଳିଦାନ ତାଙ୍କୁ ଭଗବାନ ବିର୍ସା ମୁଣ୍ଡା ରେ ପରିଣତ କରିଛି ବୋଲି ଅଭିଭାଷଣ ରଖିଥିଲେ ।
ସ୍ୱାଗତ ଓ ସଭାପତି ଅଭିଭାଷଣରେ ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ କହିଲେ ଭାରତ ବର୍ଷରେ ଭଗବାନ ବିର୍ସା ମୁଣ୍ଡା ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହର ବହ୍ନି ଜଳାଇଥିଲେ ।
ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ସ୍ଥାନରେ ଜନଜାତି ମାନେ ରହିଛନ୍ତି ସମସ୍ତେ ଓ ଜିଲ୍ଲାର ସମସ୍ତ ଜନସାଧାରଣ ଭଗବାନ ବିର୍ସା ମୁଣ୍ଡା ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୁଅନ୍ତୁ ଓ ଜଙ୍ଗଲ ଜମି ଅଧିକାର ଜନଜାତି ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପର୍ଯ୍ୟାୟ କ୍ରମେ ସରକାରଙ୍କ ନିର୍ଦେଶ ମତେ ସୁବିଧା ଯୋଗାଇଦିଆଯିବ ବୋଲି ପ୍ରକାଶ କରିଥିଲେ ।
ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ ମଞ୍ଚାସିନ ଥିବା ବେଳେ, ବୁଦ୍ଧିଜୀବୀ ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା , ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲାର ସମସ୍ତ ଜନଜାତି ବିଦ୍ୟାଳୟର ଛାତ୍ର ଛାତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ ମାନେ, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ, ସମ୍ମାନିତ ଅତିଥି ମାନ୍ୟବର ବିଧାୟକ, ଶ୍ରୀଯୁକ୍ତ ଜଗଦେବ, ଶ୍ରୀଯୁକ୍ତ ସିଂ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଋତୁରାଜ ଶ୍ରୀଜଗନ୍ନାଥ ବିଗ୍ରହ ଓ ଭଗବାନ ବିର୍ସା ମୁଣ୍ଡା ଙ୍କ ଫଟୋ ଚିତ୍ରରେ ପୁସ୍ପାର୍ଘ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।
ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ମୁଖ୍ୟ ଅତିଥି ଓ ଅତିଥି ବୃନ୍ଦ ସର୍ଗିଫୁଲ ବିଭିନ୍ନ ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ପ୍ରତିଭାକୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।
ସେହିପରି ସି ଏମ ଆର ଆର ଯୋଜନାରେ ଜିଲ୍ଲାର ବୋଲଗଡ଼ ଓ ବେଗୁନିଆ ବ୍ଲକର ସରପଞ୍ଚ ନାରାୟଣ ସାହୁ, ସରପଞ୍ଚ ସୁମନ୍ତ ବରାଳ, ସରପଞ୍ଚ ରମାମଣି ଦେଇ, ସରପଞ୍ଚ ଅକ୍ଷୟ କୁମାର ରାଉତରାୟ , ସରପଞ୍ଚ ଦୂର୍ଗା ମାଧବ ରଣା, ସରପଞ୍ଚ ଅବଦୁଲ କାୟୁମ୍ ଖାନ୍ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ପଟ୍ଟା ପ୍ରଦାନ କରିଥିଲେ ।
ଦିବସର ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଦିବସ ରେ ଗୁଜୁରାଟ ରାଜ୍ୟରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ର ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930