Indus Valley Times

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

 Breaking News

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

November 16
21:02 2020

ଯାଜପୁର,୧୬ା୧୧ : କୋଭିଡ କଟକଣା ଯୋଗୁଁ ଭର୍ଚୁଆଲ ମୋଡରେ ଯାଜପୁର ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଓସୱାନ ହଲରେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଜୁମ୍ ମୋଡରେ ଏହି ଦିବସ ପାଳିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଲାପାଳ ଚକ୍ରୱର୍ୀ ସିଂ ରାଠୋର ବିଭିନ୍ନ ପ୍ରାକୃତିକ ବିପର‌୍ୟ୍ୟୟ, ନିର୍ବାଚନ, କୋଭିଡ-୧୯ ର ମୁକାବିଲା ଓ ଅନ୍ୟାନ୍ୟ କାର‌୍ୟ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ପ୍ରଶାସନ, ସରକାର ଓ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଗଣମାଧ୍ୟମ ସେତୁ ଭଳି କାର‌୍ୟ୍ୟ କରିଥାଏ ।
ବିଶେଷ କରି ମହାମାରୀ କୋଭିଡ ସମୟରେ ସାଧାରଣ ଲୋକଙ୍କୁ ସଚେତନଧର୍ମୀ ସୂଚନା ଓ ସରକାରଙ୍କର ମାର୍ଗ ଦର୍ଶିକା ସଂପର୍କରେ ଅବଗତ କରାଇବାରେ ଗଣମାଧ୍ୟମର ଭୂମିକା ଅତୀବ ପ୍ରଶଂସନୀୟ ବୋଲି କହିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଆବଶ୍ୟକତା ସଂପର୍କରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରା ମଲ୍ଲିକ ଗଣମାଧ୍ୟମର କାର‌୍ୟ୍ୟଧାରା ଅତି ଉôକୃଷ୍ଟ ଓ ସେମାନେ ଯେପରି ବିବିଧ ତଥ୍ୟକୁ କଷ୍ଟ ସହି ସମସ୍ତଙ୍କ ସମ୍ମୁଖକୁ ଆଣୁଚ୍ଥନ୍ତି ତାହା ନିଶ୍ଚିତ ଅଭିନନ୍ଦନୀୟ ବୋଲି କହିଥିଲେ । ଦାୟିତ୍ୱର ସହ ସେମାନଙ୍କର ନିଷ୍ଠାପର ସେବା ସୁସ୍ଥ ସମାଜ ପାଇଁ ଜରୁରୀ ବୋଲି ସେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମାଜ ପ୍ରତି ଗଣମାଧ୍ୟମର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ସାଧାରଣ ଲୋକ ମାନଙ୍କୁ ସଠିକ ଖବର ପ୍ରଦାନ, ନିରପେକ୍ଷ, ଅନୁସନ୍ଧାନଧର୍ମୀ ତଥ୍ୟ ଭିିକ ସମ୍ୱାଦ ପରିବେଷଣ ଓ ସାଧାରଣ ଲୋକ ମାନଙ୍କର ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣି ତାହାର ସମାଧାନ ପାଇଁ ଗଣମାଧ୍ୟମର ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି କହିବା ସହ ପ୍ରତ୍ୟେକ କାର‌୍ୟ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜୁମ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଗଣମାଧ୍ୟମ ପ୍ରତିନିଧି ଅଜୟ କୁମାର ରଣା, ରବି ନାରାୟଣ କର, ହର୍ଷବର୍ଦ୍ଧନ ବେହେରା, କୈଳାସ ଚନ୍ଦ୍ର ନାୟକ, ଅରୁଣ କୁମାର ରାଉତରାୟ, ପରମେଶ୍ୱର ବେହୁରିଆ, ସନ୍ଦିପ୍ତ ରାୟ, ଦିଲୀପ କୁମାର ଦାସ, ସମରଜିତ୍ ମହାନ୍ତି ପ୍ରମୁଖ ନିଜର ଅଭିବ୍ୟକ୍ତି ଓ ମତାମତ ଉପସ୍ଥାପନ କରିଥିଲେ । ପ୍ରେସ୍ ରୁମ୍ ପ୍ରଦାନ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ମୃତ୍ୟୁ ପରେ ସହାୟତା ପ୍ରଦାନ, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା ବୈଠକ ଇତ୍ୟାଦି ସଂପର୍କରେ ସେମାନେ ଆଲୋକପାତ କରିବା ସହ ପ୍ରଶାସନ ଓ ଗଣମାଧ୍ୟମ ସମ୍ମିଳିତ ଭାବେ କାର‌୍ୟ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ଶେଷରେ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର‌୍ୟ୍ୟକ୍ରମରେ ଓସୱାନର ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ସାରଦା ପ୍ରସାଦ ଜେନା, ଇଂଜିନିୟର ଦିବ୍ୟସିଂ ରାୟ, ସୂଚନା ଓ ଲୋକ ସଂପର୍କ କାର‌୍ୟ୍ୟାଳୟ କର୍ମଚାରୀ ସତ୍ୟଜିତ ନାୟକ, ରତିକାନ୍ତ ମହାନ୍ତି, ନିତ୍ୟାନନ୍ଦ ନାୟକ, ମିନତୀ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031