Indus Valley Times

ଜିଲ୍ଳା ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ ବହୁ ଦେଶୀ ରନ୍ଧାମଦ ଜବତ ସହ ୪ଗିରଫ

 Breaking News

ଜିଲ୍ଳା ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ ବହୁ ଦେଶୀ ରନ୍ଧାମଦ ଜବତ ସହ ୪ଗିରଫ

October 01
20:40 2020

Excise department conducts raids, seizes huge quantity of country liquor

By Sudhansu Singh

Rayagada, Oct. 1: ରାୟଗଡ ଜିଲ୍ଳାରେ ବେଆଇନ ଭାବେ ଚୋରା ମଦ ବିକ୍ରି ବହୁତ ପରିମାଣରେ ବୃଦ୍ଧି ପଇବା ନେଇ ବିଭାଗୀୟ ଅଧିକରି ଙ୍କ ଚଢାଉ ଯୋଗୁଁ ସକ୍ରିୟ ଥିବା ଚୋରା ମଦ ବ୍ୟବସାୟୀଙ୍କ ମନରେ ଛନକା ପଶିଛି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ବିଭାଗ ତରଫରୁ ଚଢାଉ କରି ବିପୁଳ ପରିମାଣରେ ବେଆଇନ ଭାବେ କରାଯାଉଥିବା ମହୁଲ ପୋଚ,ଦେଶୀ ରନ୍ଧାମଦ ଓ ତାଡି ସହ ରନ୍ଧାମଦ ସାମଗ୍ରୀ ଜବତ କରାଯାଉଛି ଏବଂ ଏଥିରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ ଗତ ସେପ୍ଟେମ୍ବର ୨୫ ରୁ ୨୮ତାରିଖ ୪ଦିନ ମଧ୍ୟରେ ଜିଲ୍ଳା ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ କରାଯାଇ ୨୪,୮୬୦ଲିଟର ମହୁଲ ପୋଚ ଓ ୧୩୫୯ଲିଟର ଦେଶୀ ରନ୍ଧା ମଦ ଜବତ କରି ନଷ୍ଟ କରାଯାଇଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଅବକାରୀ ଅଧୀକ୍ଷକ ରାୟଗଡ ସୂଚନା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ପ୍ରଥମ ଦିନ ୨୫ତାରିଖରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାୟଗଡ ପୋଲିସ ଥାନା ଓ ସଦର ଅବକାରୀ ଥାନାର ଅଧିକାରୀ ଓ ସିପାହୀଙ୍କ ମିଳିତରେ ବାରିଝୋଲା ଗ୍ରାମରେ ଚଢାଉ କରାଯାଇ ୧୪୫୦ଲିଟର ମହୁଲ ପୋଚ ଓ ୮୦୦ଲିଟର ଦେଶୀ ରନ୍ଧାମଦ ଜବତ ସହ ନଷ୍ଟ କରାଯାଇଥିଲା । ସେହିପରି ଗୁଡାରୀ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମରେ ଚଢାଉ କରି ୯୦୦ଲିଟର ମହୁଲ ପୋଚ ଓ ୧୨ଲିଟର ଦେଶୀ ରନ୍ଧା ମଦ ଜବତ କରି ନଷ୍ଟ କରାଯାଇଥିବା ବେଳେ ବିଷମକଟକ ଥାନା ଅନ୍ତର୍ଗତ କୁମାରଢାମୁଣି ଗ୍ରାମର Purusottam Sahoo ଓ ଚାଟିକଣା ଗ୍ରାମର ବଦ୍ରା ମିଣିଆକା ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୧୫ଲିଟର ସଲପ ତାଡି ଜବତ ସହ ନଷ୍ଟ କରାଯାଇଥିଲା ଏବଂ ଗୁଣପୁର ଥାନା ଅନ୍ତର୍ଗତ ରଜାଲଡୁଙ୍ଗ ଗ୍ରାମରେ ଚଢାଉ କରି ୫୧୦ଲିଟର  ମହୁଲ ପୋଚ ଜବତ ସହ ନଷ୍ଟ କରାଯାଇଥିଲା ।

ସେହିପରି ଦ୍ୱିତୀୟ ଦିନରେ ଗୁଡାରୀ ଥାନା ଅନ୍ତର୍ଗତ ଜିଗିଡିଭଟା ଓ ଅନୁଗୁରୁନ୍ଥି ଗ୍ରାମରେ ଚଢାଉ କରାଯାଇ ୧୧୧୦ଲିଟ ମହୁଲ ପୋଚ ଓ ୨୭ଲିଟର ଦେଶୀ ରନ୍ଧାମଦ ଜବତ ସହ ନଷ୍ଟ କରାଯାିଥିବା ବେଳେ ଚାନ୍ଦିଲି ଥାନା ପୋଲିସ ଓ ଅବକାରୀ ବିଭାଗ ମିଳିତରେ ପିଣ୍ଡାପଦର ଓ ମାଲିଗୁଡା ଗ୍ରାମରେ ଚଢାଉ କରାଯାଇ ୨୬୪୦ଲିଟର ମହୁଲ ପୋଚ ଓ ୨୭୦ଲିଟର ଦେଶୀ ରନ୍ଧାମଦ ଜବତ କରି ନଷ୍ଟ କରାଯାଇଥିଲା ।

ଉକ୍ତ ଦିନ ଗୁଣପୁର ଥାନା ଅନ୍ତର୍ଗତ ଆନ୍ଧ୍ରପ୍ର୍ରଦେଶ ସୀମାନ୍ତବର୍ତୀ ଅଂଚଳ କୋଟାଗୁଡାରେ ୨୨୦ଲିଟର ମହୁଲ ପୋଚ ଓ ୧୨୦ ଲିଟର ଦେଶୀ ରନ୍ଧାମଦକୁ ପ୍ରଥମେ ଜବତ କରି ନଷ୍ଟ କରାଯାଇଥିବ ବେଳେ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟରେ ୧୦୬୦୦ଲିଟର ମହୁଲ ପୋଚ ଓ ୧୮୦ଲିଟର ଦେଶୀ ରନ୍ଧାମଦ  ଜବତ କରି ନଷ୍ଟ କରାଯାଇଥିଲା । ସେହିପରି ତୃତୀୟ ଦିନରେ ମୁନିଗୁଡା ଥାନା ଅଧିନ ମାଳିଢେପାଗୁଡା ଗ୍ରାମରେ ମୁନିଗୁଡା ଥାନା ପୋଲିସ ଓ ଅବକାରୀ ଥାନା ପୋଲିସ ମିଳିତ ଚଢାଉ କରି ୮୦୦ଲିଟର ମହୁଲ ପୋଚ ଓ ୨୪୦ଲିଟର ଜବତ କରି ନଷ୍ଟ କରିଥିବା ବେଳେ ପାଣିମୁଣ୍ଡା ଗ୍ରାମରେ ଚଢାଉ କରାଯାଇ ରତ୍ନାକର ହିଆଲ ଓ ରମେଶ ଗରଡିଆ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୧୭.୫୦୦ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଥିଲା ଏବଂ ଅମ୍ବାଦଳା ଥାନା ଅନ୍ତର୍ଗତ ପାଣିମୁଣ୍ଡା  ଗ୍ରାମରୁ ୧୦୦୦ଲିଟର ମହୁଲ ପୋଚ ଓ ୩୦୦ଲିଟର ଦେଶୀ ରନ୍ଧାମଦ ନଷ୍ଟ କରାଯାଇଥିଲା ।

କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୋଟାଗୁଡା ଗ୍ରାମରୁ ୫୦୦ଲିଟର ମହୁଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିଲା । ଏଥିସହ ଚତୁର୍ଥ ଦିନରେ ଗୁଡାରୀ ଥାନା ପୋଲିସ ଓ ଅବକାରୀ ଥାନା ପୋଲିସ ମିଳିତରେ ଚଢାଉ କରି ପାଙ୍ଗଣାପଦର ଗ୍ରାମରୁ ୧୮୦୦ଲିଟର ମହୁଲ ପୋଚ ଓ ୧୧୦ଲିଟର ଦେଶୀ ରନ୍ଧାମଦ ଜବତ କରି ନଷ୍ଟ କରାଯାଇଥିଲା । ସେହିପରି ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗ୍ରାମରୁ ୭୦୦ଲିଟର ମହୁଲ ପୋଚ ଏବଂ ରାୟଗଡ ଥାନା ଅନ୍ତର୍ଗତ ଥିଲେରୁ ଗ୍ରାମରୁ ୬୫୦ଲିଟର ମହୁଲ ପୋଚ ଓ ୨୦ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଥିବ ନେଇ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031