Indus Valley Times

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ

 Breaking News

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ
November 19
18:39 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୯/୧୧: ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସଟିଏଫ୍ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ୍ ଓ ବନବିଭାଗ । ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଜକିକିଆ ଦେଇ ବଜ୍ରକାପ୍ତା ଚାଲାଣ ହେବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଏହାପରେ ଏସଟିଏଫ୍ ସହ ଯୋଗାଯୋଗ କରି ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ ।
ବୁଧବାର ବିଳମ୍ବିତ ରାତିରେ ଜକିକିଆ ନିକଟରେ ଚାଲାଣକାରୀଙ୍କ ଅପେକ୍ଷାରେ ଗ୍ରାହକ ବେଶରେ ଜଗି ବସିଥିଲା ଏସଟିଏଫ୍ ଓ ବନ ବିଭାଗର ଟିମ୍ ।ଏହାପରେ ଚାଲାଣକାରୀଙ୍କ ସହ ଗ୍ରାହକଙ୍କ ଭଳି ମୁଲଚାଲ କରି ଜିଅନ୍ତା ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କେଶ ନଂ.୪/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।
ଗିରଫ ଦୁଇ ଅଭିଯୁକ୍ତ ସୁଡ୍ରା ସନୁବାଡି ଗ୍ରାମର ଶିବାନନ୍ଦ ମଲ୍ଲିକ ଏବଂ ବାରଖମା ଗ୍ରାମର ରାଷ୍ଟ୍ର ଭୋଇ ହୋଇଥିବା ଜଣାପଡ଼ିଛି । ନିଜ ଅଞ୍ଚଳରୁ ବଜ୍ରକାପ୍ତା ଆଣି ଚାଲଣ କରୁଥିବା ବେଳେ ଧରାପଡ଼ିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031