Indus Valley Times

ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ, କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

 Breaking News

ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ, କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ, କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
September 10
17:25 2022

ଭୁବନେଶ୍ୱର,୧୦/୯: ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ଆଜି ଉନ୍ମୋଚିତ ହୋଇଛି ମହିଳା ବିଶ୍ୱକପ୍ର ହୋଷ୍ଟ ସିଟି ଲୋଗୋ। କଳିଙ୍ଗ ଷ୍ଟାଡିଅମ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗକୁ ଉନ୍ମୋଚନ କରିଛନ୍ତି। ଏହାସହ ସ୍କୁଲ୍ ଫୁଟବଲ କାର୍ନିଭାଲକୁ ମଧ୍ୟ ଉନ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶ୍ଵକପ୍ ଫୁଟବଲ୍ ଟ୍ରଫି, ଭାରତୀୟ ଦଳ ଓ ମାସ୍କଟ ସହ ଫଟୋ ସୁଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଅକ୍ଟୋବର ୧୧ ତାରିଖରୁ ମହିଳା ବିଶ୍ୱକପ୍ ଆରମ୍ଭ ହୋଇ ୩୦ ତାରିଖ ପର‌୍ୟନ୍ତ ଚାଲିବ। ୧୬ଟି ଦେଶ ଏହି ବିଶ୍ୱକପ୍ରେ ଅଂଶ ଗ୍ରହଣ କରିବେ। ଭାରତ, ଜାପାନ, ସ୍ପେନ, ଜର୍ମାନୀ ଭଲି ଶକ୍ତିଶାଳୀ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଏଥିସହ ମେକ୍ସିକୋ, କାନାଡ଼ା, ବ୍ରାଜିଲ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ନାଇଜେରିଆ, ଫ୍ରାନ୍ସ, ଚାଇନା, କଲୋମ୍ବିଆ, ଚିଲି, ମୋରକୋ, ତାଂଜାନିଆ ଦଳ ଭାଗ ନେବେ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୩ ଟି ମ୍ୟାଚ ଖେଳାଯିବ। ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ବିଶ୍ୱକପ୍ରେ ନର୍ଥ କୋରିଆ ପ୍ରଥମେ ଟାଇଟଲ ହାସଲ କରିଥିଲା। ଦ୍ୱିତୀୟ ବିଶ୍ୱକପ୍ ସାଉଥ୍ କୋରିଆ, ତୃତୀୟ ଫ୍ରାନ୍ସ, ଚତୁର୍ଥ ଜାପାନ, ପଞ୍ଚମ ନର୍ଥ କୋରିଆ ଓ ଷଷ୍ଠ ଥର ସ୍ପେନ ବିଶ୍ୱକପ୍ ଟାଇଟଲ ନିଜ ନାଁରେ କରିଥିଲା। ନର୍ଥ କୋରିଆ ସର୍ବାଧିକ ୨ ଥର ଏହି ଟାଇଟଲ ହାତେଇଛି।
ଚଳିତ ବିଶ୍ୱକପ୍କୁ ଆୟୋଜନ କରୁଛି ଭାରତ। ଭୁବନେଶ୍ୱର ସମେତ ଗୋଆ ଓ ନାଭି ମୁମ୍ବାଇରେ ସମସ୍ତ ମ୍ୟାଚ ଖେଳାଯିବ। ଏଥିପାଇଁ ଭୁବନେଶ୍ୱର ପ୍ରସ୍ତୁତ ଥିବା କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି। ଫୁଟବଲ୍ ଇତିହାସରେ ଭାରତ ପ୍ରଥମ ବିଶ୍ଵକପ୍ ଖେଳିବ। ହୋମ୍ ଗ୍ରାଉଣ୍ଡରେ ରହି ଅଭ୍ୟାସ କରୁଛନ୍ତି ଖେଳାଳୀ। ବିଶ୍ଵକପକୁ ନେଇ ଖେଳାଳୀମାନେ ବେଶ୍ ଉ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031