Indus Valley Times

ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ମୂଲ୍ୟାୟନ

 Breaking News

ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ମୂଲ୍ୟାୟନ

ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ମୂଲ୍ୟାୟନ
May 28
16:13 2022

ଭୁବନେଶ୍ୱର,୨୮/୫: ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ମୂଲ୍ୟାୟନ। ରାଜ୍ୟର ସମୁଦାୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଅଫଲାଇନ୍ ମୂଲ୍ୟାୟନ। ଏହାବାଦ ୩୭ଟି କେନ୍ଦ୍ରରେ ହେବ ଅନଲାଇନ ମୂଲ୍ୟାୟନ ।
ସମୁଦାୟ ୨ଟି ପର୍ଯ୍ୟାୟରେ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଏହାପରେ ଜୁନ୍ ୧୩ରୁ ୨୨ ଯାଏଁ ହେବ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ।
ସୂଚନାଯୋଗ୍ୟ, ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ ୪ ତାରିଖରେ ସରିବ । ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ ୨ ଆରମ୍ଭ ହୋଇ ୧୨ ତାରିଖ ତାରିଖ ପର୍ଯ୍ୟନ୍ତ ହେବ । ଏହି ସମୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ଆରମ୍ଭ ହେବ । ସେଥିମଧ୍ୟରେ ପଲଟିକାଲ ସାଇନ୍ସ, ହିଷ୍ଟ୍ରି, ଓଡ଼ିଆ, ଏଜୁକେଶନ, ଫିଜିକ୍ସ, କେମେଷ୍ଟ୍ରି, ଅର୍ଥନୀତି, ଇଂଲିଶ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି।
ଜୁନ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର‌୍ୟ୍ୟାୟ ଖାତାଦେଖା ହେବ । ଏହାପରେ ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ ।
ଖାତା ଦେଖା ନିମନ୍ତେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମୂଲ୍ୟାୟନକାରୀଙ୍କ ତାଲିକା ପ୍ରସ୍ତୁତ ସରିଥିବା ବେଳେ ଏନେଇ ସେମାନଙ୍କୁ ସୂଚିତ କରାଯାଇଚି।
ମୂଲ୍ୟାୟନ କେନ୍ଦ୍ର ଚିହ୍ନଟ କରାଯାଇ ସିସିଟିଭି ସର୍ଭିଲାନ୍ସ ଭିତରେ ରଖାଯାଇଛି। ତ୍ରୁଟି ବିଚ୍ୟୁତି ଯେପରି ନ ହେବ ତାହାର ବ୍ୟବସ୍ଥା କରାଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031