Legatus

ଜୁନ୍ ୪ରେ କେରଳ ଛୁଇଁବ ମୌସୁମୀ, କିନ୍ତୁ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷିବ

 Breaking News

ଜୁନ୍ ୪ରେ କେରଳ ଛୁଇଁବ ମୌସୁମୀ, କିନ୍ତୁ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷିବ

May 26
17:11 2023

ନୂଆଦିଲ୍ଲୀ,୨୬/୫ : ଚଳିତ ବର୍ଷ ଦେଶରେ ମୌସୁମୀ ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି କହିଛି । ସେହିପରି ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ୯୬% ରହିବ ବୋଲି ଆକଳନ କରାଯାଇଛି, ଯାହାକି ସ୍ବାଭାବିକ ବୋଲି ବିଭାଗ କହିଛି । ମୌସୁମୀ ସମୟରେ ଏଲ୍ ନିନୋ ସମ୍ଭାବନା ୯୦% ରୁ ଅଧିକ ।
ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୋମା ସେନ ରାୟ କହିଛନ୍ତି, “ଆମର ପୂର୍ବାନୁମାନ ହେଉଛି ଏଲ୍ ନିନୋ ରହିବ ଏବଂ ଭାରତ ମହାସାଗର ଡାଇପୋଲ୍ ପଜିଟିଭ୍ ରହିବ। ଏଲ୍ ନିନୋର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ। କିନ୍ତୁ ମୁଁ କହୁଛି ଯେ କେବଳ ଏହି ଗୋଟିଏ କାରଣ ମୌସୁମୀକୁ ପ୍ରଭାବିତ କରେ ନାହିଁ । ଆମ ମୌସୁମୀକୁ ପ୍ରଭାବିତ କରୁଥିବା ଦୁଇ-ତିନୋଟି ବୈଶ୍ୱିକ କାରଣ ଅଛି । ଏସବୁକୁ ଦୃଷ୍ଟିରେ ରଖି ଆମେ କହିଛୁ ଯେ ମୌସୁମୀ ସ୍ୱାଭାବିକ ହେବାର ସମ୍ଭାବନା ରହିଛି ।
ଭାରତୀୟ ଅର୍ଥନୀତି ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ । କିନ୍ତୁ ଏବର୍ଷ ୪ ଦିନ ବିଳମ୍ବରେ ଅର୍ଥାତ ୪ ତାରିଖରେ ଆସିବ । ତେବେ ଏହାକୁ ବିଳମ୍ବ ବୋଲି କୁହାଯାଇପାରିବ ନାହିଁ । ସେହିପରି ଆସନ୍ତା ଜୁନ ୧୧-୧୨ ବେଳକୁ ଓଡ଼ିଶାକୁ ମୌସୁମୀ ଆସିବାର ସମ୍ଭାବନା ରହିଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930