Indus Valley Times

ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ, ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି

 Breaking News

ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ, ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ, ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି
June 09
16:55 2022

ନୂଆଦିଲ୍ଲୀ,୯/୮: ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ଜୁଲାଇ ୨୫ରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବେ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥି। ଜୁନ ୩୦ରେ ନାମାଙ୍କନ ଯାଞ୍ଚ ହେବ। ଜୁଲାଇ ୨ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ।
ଜୁଲାଇ ୨୧ରେ ଭୋଟ ଗଣତି ହେବ। ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟ ନର୍ବାଚନ କମିଶନ କହିଛନ୍ତି।
ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ସହ ୫୦ ଜଣ ପ୍ରସ୍ତାବକ ଦେବାକୁ ପଡ଼ିବ। ୫୦ ପ୍ରସ୍ତାବକ ଓ ୫୦ ସମର୍ଥକ ଦେଇ ନାମାଙ୍କନ କରିବାକୁ ପଡ଼ିବ।
ସାଂସଦ ମାନେ ସଂସଦରେ, ବିଧାୟକମାନେ ବିଧାନସଭାରେ ଭୋଟଦେବେ। ୪୦୩୩ ବିଧାୟକ ଏହି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ। ମୋଟ ୪୮୦୯ ଜଣ ଭୋଟର ବାଛିବେ ଦେଶର ଆଗାମୀ ରାଷ୍ଟ୍ରପତି। ଏହି ଭୋଟିଂ ଗୋପନୀୟ ରହିବ।
ଭୋଟ ଦେବା ପାଇଁ ଆୟୋଗ ତାଙ୍କ ତରଫରୁ ପାନ୍ ପ୍ରଦାନ କରିବେ। ଅନ୍ୟ ପେନ୍ର ବ୍ୟବହାର କରିଥିଲେ, ଭୋଟ୍ ଗଣିବା ସମୟରେ ଉକ୍ତ ଭୋଟ୍ ଅବୈଧ ଘୋଷିତ ହେବ।
ସମସ୍ତ ଦଳ ନିଜ ନିଜ ସଦସ୍ୟଙ୍କ ପାଇଁ କୌଣସି ହ୍ୱିପ କରିପାରିବେ ନାହିଁ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଘୋଷଣା କରିଛନ୍ତି।
ଦେଶର ସାଂସଦ ଓ ବିଧାୟକମାନଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ଏହି ଇଲେକ୍ଟୋରାଲ କଲେଜରେ ୭୭୬ ଜଣ ସାଂସଦ ଏବଂ ସମସ୍ତ ରାଜ୍ୟ ବିଧାନସଭାର ସଦସ୍ୟ ଅନ୍ତର୍ଭୁକ୍ତ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930