Indus Valley Times

ଜୟପୁର: ମୁକ୍ତି ମଳୟ ସଂଗଠନ ଦ୍ୱାରା ବିକଳାଙ୍ଗ, ବିଧବା ଓ ଗରୀବ ପରିବାର ମାନଙ୍କୁ କୋଭିଡ୍ ସହାୟତା ପ୍ରଦାନ

 Breaking News

ଜୟପୁର: ମୁକ୍ତି ମଳୟ ସଂଗଠନ ଦ୍ୱାରା ବିକଳାଙ୍ଗ, ବିଧବା ଓ ଗରୀବ ପରିବାର ମାନଙ୍କୁ କୋଭିଡ୍ ସହାୟତା ପ୍ରଦାନ

ଜୟପୁର: ମୁକ୍ତି ମଳୟ ସଂଗଠନ ଦ୍ୱାରା ବିକଳାଙ୍ଗ, ବିଧବା ଓ ଗରୀବ ପରିବାର ମାନଙ୍କୁ କୋଭିଡ୍ ସହାୟତା ପ୍ରଦାନ
September 18
17:37 2021

ସୁଶାନ୍ତ କୁମାର ବେହେରାଙ୍କ ରିପୋର୍ଟ
ନବରଂଗପୁର, ୧୮/୯: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଗ୍ରାମ ପଂଚାୟତ ଅନ୍ତର୍ଗତ ଦାସରଭଟା ଗ୍ରାମରେ ମୁକ୍ତି ମଳୟ ସଂଗଠନ ଦ୍ୱାରା ବିକଳାଙ୍ଗ,ବିଧବା,ଅତି ଗରୀବ ଶ୍ରେଣୀର ପରିବାରମାନଙ୍କୁ କୋଭିଡ୍ ସଚେତନ ସହିତ ସହାୟତା ମଧ୍ୟ ପ୍ରଦାନ କରିବା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସଂଗଠନ ର ସମ୍ପାଦକ ଅନନ୍ତ ଗଣ୍ଡା ଓ ସଂଗଠନ ର ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ଭତ୍ରାଙ୍କ ସେକ୍ରେଟାରୀ ବିଜୟ କୁମାର ସାଗର ଥିବାବେଳେ ଶୁକ୍ରବାର ଦିନର କାର୍ଯ୍ୟକ୍ରମରେ ଅନୁପସ୍ଥିତିରେ ମୁଖ୍ୟ ଅତିଥିଭାବେ ମୁକ୍ତି ମଳୟ ସଙ୍ଗଠନ ସ୍ୱେଚ୍ଛାସେବୀ ଖ୍ରୀଷ୍ଟଦାନ ଟାକ୍ରୀ ଏବଂ କାମଦେବ ଜାଲ ଭଗବାନ ଜାଲ ଦରଜ ଚନ୍ଦ୍ର ଜାଲ ନୀତିଆ ନନ୍ଦ ଜାଲ ଚନ୍ଦ୍ରଶେଖର ହରିଜନ ଜଗବନ୍ଧୁ ବାଘ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ମୁକ୍ତି ମଳୟ ସଂସ୍ଥାର ସ୍ବେଚ୍ଛାସେବୀ ଦ୍ବାରା ମୈଦାଲପୁର ନୂଆକୋଟ ସେମଳା ମାଝୀଗୁଡା ସାନ ଵାର୍ଲି ପଞ୍ଚାୟତର ଦୁଇଶହ ଛୋଟା, ଦୃଷ୍ଟିହୀନ, ଅସହାୟ, ବିକଳାଙ୍ଗ, ବିଧବା ଓ ଅତି ଗରୀବ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ଚାଉଳ ତିରିଶ କିଲୋ ଡାଲି,ତେଲ,ଲୁଣ,ଆଳୁ,ପିଆଜ,ସୁଜି,ଚିନି,ଚା,ସାବୁନ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ ସହ ଅନ୍ୟାନ୍ୟ ରୋଷେଇ ନିତ୍ୟ୍ ବ୍ୟବହାର ସାମଗ୍ରୀ ଓ ମାସ୍କ୍, ସାନିଟାଇଜର ପ୍ରଭ୍ରୁତି ସାମଗ୍ରୀ ପ୍ରଦାନ କରିଥିଲେ।
ସ୍ବେଚ୍ଛାସେବୀ ଖ୍ରୀଷ୍ଟଦାନ ଟାକ୍ରୀ କୋଭିଡ୍ ଭଳି ମହାମାରିରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତା,ମୁହଁରେ ମାସ୍କ୍ ବ୍ୟବହାର କରିବା ସହ, ହାତକୁ ବାରମ୍ବାର ସାବୁନରେ ଧୋଇବାକୁ ପରାମର୍ଶ ଦେଇଥିଲେ ।
ଏହାକୁ ପାଳନ କରିବା ଦ୍ୱାରା ତୃତୀୟ ଲହର ରେ ଆମେ ସମସ୍ତେ ଯେପରି ସୁରକ୍ଷିତ ରହିବା, ସେଥିପାଇଁ ପ୍ରତି ପ୍ରତ୍ୟେକ ଯତ୍ନ ବାନ ହେବା ଓ ବିନାମୂଲ୍ୟରେ ଉପଲବ୍ଧ ଟୀକା ନେବାକୁ ପରାମର୍ଶ ଦେଇଥିଲେ। ଟୀକାର ଭ୍ରମାତ୍ମକ ଓ ଗୁଜବକୁ ନିଜକୁ ବଞ୍ଚିତ ରହିବାକୁ ଦୃଢ଼ତାର ସହ ଶିକ୍ଷା ଓ ପରାମର୍ଶ ଦେଇଥିଲେ ।
ଉକ୍ତ କାର‌୍ୟ୍ୟକ୍ରମରେ ପାଞ୍ଚଗୋଟି ପଂଚାୟତ ର ଅନନ୍ୟା ୨୦୦ ଲୋକଙ୍କୁ କୋଭିଡ୍ ସହାୟତା ପ୍ରଦାନ କରାଯାଇଥିଲା। ଏବଂ ଆଗାମୀ ଦିନରେ ପାପଡାହାଣ୍ଡି ବ୍ଲକର ଅନନ୍ୟା ପଞ୍ଚାୟତ ମାନଙ୍କରେ ମୁକ୍ତି ମଳୟ ସଂଗଠନ ଦ୍ବାରା ଶୁଖିଲା ଖାଦ୍ୟ ବଣ୍ଠନ କରିବେ ଖ୍ରୀଷ୍ଟଦାନ ଟାକ୍ରୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031