Indus Valley Times

ଝରନିପାଲି ଗ୍ରାମ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଟିତ

 Breaking News

ଝରନିପାଲି ଗ୍ରାମ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଟିତ

ଝରନିପାଲି ଗ୍ରାମ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଟିତ
January 27
11:54 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ଆଗଲପୁର, ୨୭/୧ : ଆଗଲପୁର ବ୍ଲକ୍ ଅନ୍ତର୍ଗତ ଝରନିପାଲି ଗ୍ରାମ ପଞ୍ଚାୟତ ଠାରେ ସ୍ଵତନ୍ତ୍ର ଗ୍ରାମ ସଭା ସରପଞ୍ଚ ଶ୍ରୀମତୀ ସୁନୀତା ସାହୁ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି।
ଏହି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ସମସ୍ତଙ୍କୁ ସ୍ବାଗତ ଜଣାଇ ସାମୁହିକ କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ରଖିବା ପାଇଁ ପ୍ରକାଶ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଙ୍କୁ ସ୍ଵାଗତ ଜଣାଇ ଶିଶୁ ସୁରକ୍ଷା ଉପରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିବାକୁ କହିଥିଲେ।
ଏହି ସ୍ଵତନ୍ତ୍ର ଗ୍ରାମ ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ର ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ ବଗର୍ତ୍ତି ପଞ୍ଚାୟତ ଶିଶୁ ସୁରକ୍ଷା ଯୋଜନା ଉପରେ ବିବରଣୀ ଉପସ୍ଥାପନ କରିଥିଲେ।
ପିତୃ ମାତୃ ହିନ ଶିଶୁଙ୍କୁ ପୋଷ୍ଟ ପୋଷକତା ରାଶି ସହାୟତା ପ୍ରଦାନ ପାଇଁ ଶିଶୁ ଙ୍କୁ ଚିହ୍ନଟ,ଶିକ୍ଷା ପାଇଁ ସୁଦକ୍ଷ ଯୋଜନା,ଯଶୋଦା ଯୋଜନା ଏବଂ ଶିଶୁଙ୍କ ପାଇଁ ସାମୁହିକ ସଚେତନତା ଉପରେ ସରପଞ୍ଚଙ୍କ ପରାମର୍ଶ କ୍ରମେ ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ୧,୦୦,୦୦୦/- ଏକ ଲକ୍ଷ ଟଙ୍କାର ପ୍ରସ୍ତାବ ରଖିବା ସହିତ ପୂର୍ବ ବର୍ଷ ପାଇଁ ଥିବା ୧,୦୦,୦୦୦/- ଟଙ୍କା ଶିଶୁ ମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ଯୋଜନା ପଞ୍ଚାୟତ ସ୍ତରରେ ନିଷ୍ପତି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ୱାର୍ଡ ମେମ୍ବର, ଆଶା, ଅଙ୍ଗନ- ୱାଡ଼ି,ପଞ୍ଚାୟତ ର ଜନସାଧାରଣ,ପଲ୍ଲୀ ଆଲୋକ ପାଠାଗାର ର ପ୍ରକଳ୍ପ ସଂଯୋଜକ ହୀରାଲାଲ୍ ମିଶ୍ର,ପିଣ୍ଟୁ ପଧାନ ଏବଂ ପଞ୍ଚାୟତ ର ନୋଡାଲ ଅଫିସର ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031