Indus Valley Times

ଝାରସୁଗୁଡା : ବାଲିଜୋରି ରେଳ ଧାରଣାରେ ଟ୍ରକ ଧକ୍କାରେ ଫାଟକ ଜଗୁଆଳି ମୃତ

 Breaking News

ଝାରସୁଗୁଡା : ବାଲିଜୋରି ରେଳ ଧାରଣାରେ ଟ୍ରକ ଧକ୍କାରେ ଫାଟକ ଜଗୁଆଳି ମୃତ

ଝାରସୁଗୁଡା : ବାଲିଜୋରି ରେଳ ଧାରଣାରେ ଟ୍ରକ ଧକ୍କାରେ ଫାଟକ ଜଗୁଆଳି ମୃତ
December 14
11:52 2022

ବ୍ରଜରାଜନଗର,୧୪/୧୨: ଝାରସୁଗୁଡା ଜିଲ୍ଲା ଦକ୍ଷିଣପୂର୍ବ ହାୱାଡା ମୁମ୍ବାଇ ରେଳପଥର ଧୁତରା ଓ ଝାରସୁଗୁଡା ଷ୍ଟେସନ ଦ୍ୱୟ ମଝିରେ ଥିବା ୨୫୬ ନଂ.ବାଲିଯୋରୀ ଫାଟକ ଭିତରେ ଟ୍ରକ ଚଢିଯିବାରୁ ଫାଟକ ଜଗୁଆଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ହେଉଛନ୍ତି ଧୁତରା ସାରସମାଲ ଗ୍ରାମର ଟେକଚାନ୍ଦ ପାନ ପଣ୍ଡିଆ (୪୦)। ଦୁର୍ଘଟଣା ସକାଳ ସାଢ଼େ ୧୦ରେ ହୋଇଛି।
ଟ୍ରେନ ସିଗ୍ନାଲ ଆସୁଥିବା ଜାଣି କାର‌୍ୟ୍ୟରତ ଫାଟକ ଜଗୁଆଳି ଜଣକ ଫାଟକ ବନ୍ଦ କରିବାକୁ ଯାଇଥିଲେ। ସେହି ସମୟରେ ଅପ ରେଳୱେ ଲାଇନ ଧାରଣ ଅତିକ୍ରମ ସମୟରେ ଏକ ହାଇୱା ନଂ.ଓଡି ୧୬ ବି ୮୧୩୯ ଧକ୍କା ଦେଇ ତାଙ୍କ ଉପରେ ମାଡିଗଲା । ଘଟଣାସ୍ଥଳେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଟ୍ରକଟି ଏଫ ସି ଆଇରୁ ଧୁତୁରା ଦିଗରେ ଯାଉଥିଲା।
ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀଙ୍କ କହିବା ଅନୁସାରେ ଏହି ସ୍ଥାନରେ ଏପରି ଘଟଣା ଏକ ନିତିଦିନିଆ କଥା ପାଲଟିଛି। ରେଳଫାଟକ କର୍ମଚାରୀଙ୍କ ସହ ଟ୍ରକ ଡ୍ରାଇଭରଙ୍କର ପ୍ରତିଦିନ ପାଟିତୁଣ୍ଡ ହେଉଛି। ଏଥିପାଇଁ ଏହି ଗେଟ୍ ପାଖରେ ଦୁଇଜଣ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ବାରମ୍ବାର ଅଭିଯୋଗ ହୋଇସାରିଛି। କିନ୍ତୁ କଥାକୁ ଗୁରୁତ୍ବ ନଦେବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ଇୟଗ୍ଦ ଭଚ୍ଚ ଘଟଣା ଘଟିବା ପରେ ଚିନ୍ତାମଣୀ ଦୀପ ଓ ଉମେଶ ୟାଦବ ନାମକ ଦୁଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗେଟ୍ କିପର ଟେକଚାନ୍ଦ ସାଇରନ ଲଗାଇ ଗେଟ୍ ଦେବାକୁ ଆରମ୍ବ କରୁଥିବା ବେଳେ ହାଇୱାଟି ନ ମାନି ରେଳଲାଇନ ଭିତରକୁ ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲା , ଟେକଚାନ୍ଦ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ହାଇୱାଟି ଟେକଚାନ୍ଦକୁ ଧକ୍କା ଦେଇଥିଲା। ଫଳରେ ରେଳ ଧାରଣାରେ ଛିଟିକି ପଡିଯିବାରୁ ମାଡିଦେଇ ହାଇୱା ଫେରାର ମାରିବାକୁ ଚେଷ୍ଟା କରିଥିଲା।
କିନ୍ତୁ ଗୋପାଳପୁର କୋଇଲା ଖାଦାନକୁ ଯାଉଥିବା ଅନ୍ୟ ରେଳଫାଟକର ଏକ ଗେଟ୍ କିପର ଜାଣିପାରି ଗେଟ୍ ପକାଇଥିବାରୁ ହାଇୱାଟି ଅଟକି ଯାଇଥିଲା । ଯାହାଫଳରେ ଅନେକ ଯାନବାହାନ ଚଳାଚଳରେ ବିଶେଷ ବ୍ୟାଘାତ ହୋଇଥିଲା । ରୋଡରାସ୍ତା ସଂପୂର୍ଣ୍ଣ ଜାମ ହୋଇରହିଥିଲା ।
ତତ୍କ୍ଷଣାତ ରେଳ ପୁଲିସ୍ ଅଧିକାରୀ ରାକେଶ ମୋହନ ଖବର ପାଇ ଘଟଣାସ୍ଥଳକୁ ସଦଳବଳେ ପହଞ୍ଚିବାରୁ ଡ୍ରାଇଭର ସହ ହାଇୱାକୁ ସୁରକ୍ଷା ଦେଇଥିବା ବେଳେ ରେଳଗାଡି ଓ ଅନ୍ୟାନ୍ୟ ଯାନବାହାନ ନିୟନ୍ତ୍ରଣ କରିବାରୁ ଗମନାଗମନ ବ୍ୟବସ୍ଥା ଧିରେ ଧିରେ ସ୍ୱାଭାବିକ ହୋଇଥିଲା । ଖବର ପାଇ ଜି ଆର ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ ସନ୍ଧାନ କରୁଛି। ଦୁର୍ଘଟଣା ଘଟିଥିବା ଟ୍ରକଟି ଜବତ ହୋଇଥିବା ସମୟରେ ଡ୍ରାଇଭର ବିନୋଦ ପାଲ୍ ଅଟକ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031