Indus Valley Times

ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନ ଜଣେ କନ୍ୟାର ମହାନତା : ବାହାଘରର ଯୌତୁକ ପାଇଁ ବାପା ରଖିଥିବା ଟଙ୍କାକୁ ବାଳିକା ହଷ୍ଟେଲ ନିର୍ମାଣରେ କରିବେ ଖର୍ଚ୍ଚ

 Breaking News

November 26
10:01 2021

ଜୟପୁର,୨୬/୧୧ : ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ନିଜର ମହାନତା ଦେଖାଇଛନ୍ତି। କନ୍ୟା ଜଣଙ୍କ ନିଜ ବାହାଘରର ଯୌତୁକ ପାଇଁ ବାପା ରଖିଥିବା ଟଙ୍କାକୁ ବାଳିକା ହଷ୍ଟେଲ ନିର୍ମାଣରେ ଖର୍ଚ୍ଚ କରିବାକୁ କହିଛନ୍ତି। ବାପା ମଧ୍ୟ ଝିଅର କଥାରେ ୭୫ ଲକ୍ଷ ଟଙ୍କା ବାଳିକା ହଷ୍ଟେଲ ପାଇଁ ଦାନ କରି ନିଜର କନ୍ୟାଦାନ କରିଛନ୍ତି। ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନଭେମ୍ବର ୨୧ରେ କିଶୋର ସିଂହ କାଣ୍ଡୋଙ୍କ ଝିଅ ଅଞ୍ଜଳୀ କନୱର ରାଜସ୍ଥାନର ବାରମେରରେ ପ୍ରବୀଣ ସିଂହଙ୍କୁ ବିବାହ କରିଛନ୍ତି। ତେବେ ବାହାଘର ପୂର୍ବରୁ ଅଞ୍ଜଳୀ ତାଙ୍କ ବାପାଙ୍କୁ ଭେଟିଥିଲେ। ଏହି ସମୟରେ ସେ ତାଙ୍କ ବାପାଙ୍କୁ ବାହାଘରର ଯୌତୁକ ପାଇଁ ରଖାଯାଇଥିବା ଟଙ୍କାକୁ ଗାର୍ଲ୍ସ ହଷ୍ଟେଲ ନିର୍ମାଣରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ। ଏହା ଶୁଣି ପରିବାର ଲୋକ କିଛି ସମୟ ପାଇଁ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ତେବେ ଶେଷରେ ଝିଅର ଇଚ୍ଛାକୁ ସମ୍ମାନ ଜଣାଇ କିଶୋର ସିଂହ ମଧ୍ୟ ହଷ୍ଟେଲ ତିଆରି କାମ ପାଇଁ ୭୫ ଲକ୍ଷ ଟଙ୍କା ଦାନ କରିଛନ୍ତି।
କିଶୋର ଓ ଅଞ୍ଜଳୀଙ୍କ ଏପରି ପ୍ରୟାସକୁ ସୋଶାଲ ମିଡିଆରେ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଞ୍ଜଳୀ ବାହାଘରର ନୀତିକାନ୍ତି ଶେଷ ହେବା ପରେ ମହନ୍ତ ପ୍ରତାପ ପୁରୀଙ୍କୁ ଭେଟିଥିଲେ। ଏଥିସହ ନିଜର ଇଚ୍ଛା ସମ୍ପର୍କରେ ତାଙ୍କୁ ଚିଠି ଦ୍ୱାରା ଅବଗତ କରାଇଥିଲେ। ସେ ଏହି ଚିଠିକୁ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କ ଆଗରେ ପଢ଼ିଥିଲେ।
ଏହାଶୁଣି ସମସ୍ତେ ଅଞ୍ଜଳୀଙ୍କ ଏହି ମହାନତାକୁ ତାଳି ମାରି ସ୍ୱାଗତ କରିଥିଲେ। ଏହାପରେ କିଶୋର ସିଂହ ଝିଅକୁ ଗୋଟିଏ ବ୍ଲାଙ୍କ ଚେକ୍ ଦେଇ ନିଜ ଇଚ୍ଛାରେ ଏଥିରେ ଟଙ୍କାର ପରିମାଣ ଲେଖିବାକୁ କହିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031