Indus Valley Times

ଟମାଟୋ ମାଡ଼ ପରେ ଜବାବ ଦେଲେ ପାଣ୍ଡିଆନ୍

 Breaking News

ଟମାଟୋ ମାଡ଼ ପରେ ଜବାବ ଦେଲେ ପାଣ୍ଡିଆନ୍

February 22
18:11 2024

ଭୁବନେଶ୍ୱର,୨୩//୨: ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇଥିବାବେଳେ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ ।
ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ କରିଛନ୍ତି ଜଣେ ବ୍ୟକ୍ତି । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନସଭାକୁ ଉଦବୋଧନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି, ତାଙ୍କ ଉପରକୁ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ । ସେଥିରେ ପରବାୟ ନାହିଁ ।
ଲୋକଙ୍କ ପାଖକୁ ଆସିବେ, ଲୋକଙ୍କ ସେବା କରିଚାଲିବେ । କେବଳ ଏତିକି ନୁହେଁ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଅନେକ ଲୋକ ଆସିବେ, ମଞ୍ଚ ଉପରେ ଭାଷଣ ଦେଇ ଚାଲିଯିବେ । ଅନ୍ୟପଟେ ଟମାଟୋ ମାରିଥିବା ବ୍ୟକ୍ତି ଜଣଙ୍କ କଂଗ୍ରେସର କର୍ମୀ ବୋଲି କୁହାଯାଉଛି ।
ତେବେ କଂଗ୍ରେସ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଟମାଟୋ ମାରିଥିବା ବ୍ୟକ୍ତିଙ୍କୁ ପୁଲିସ କାବୁ କରିବା ସହ ପଚରାଉଚୁରା କରୁଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031