Indus Valley Times

ଟାଉନ ହଲଠାରେ ବୌଦ୍ଧ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ, ଯୋଗଦେଲେ କଣ୍ଟାମାଳ ବିଧାୟକ

 Breaking News

ଟାଉନ ହଲଠାରେ ବୌଦ୍ଧ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ, ଯୋଗଦେଲେ କଣ୍ଟାମାଳ ବିଧାୟକ

November 02
20:54 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୧୧ : ରବିବାର ଦିନ ଦିବା ୧୧ ଘଟିକା ସମୟରେ ବୌଦ୍ଧ ପୋଲିସ ପକ୍ଷରୁ ଟାଉନ ହଲ୍ ଠାରେ ସାଇବର ସୁରକ୍ଷା ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଭାକୁ ଉଦଘାଟନ କରିଥିଲେ ।
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ସୁଦର୍ଶନ ବାଦୀ, ବୌଦ୍ଧ ଆଇ.ସି.ଆଇ.ସି. ଆଇ ବ୍ୟାଙ୍କର ରେଜିଓନାଲ ମୁଖ୍ୟ ଶ୍ରୀଯୁକ୍ତ ରଂଜିତ ମିଶ୍ର ଯୋଗ ଦେଇ ସାଇବର ସୁରକ୍ଷା ସମ୍ପର୍କରେ ଅଭିଭାଷଣ ରଖିଥିଲେ ।
ଏଥି ସହ ରୁହନ୍ତୁ, ଯାଞ୍ଚ କରନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସାମାନ୍ୟ ଭୁଲ ରୁ ବହୁତ ବଡ଼ ଭୁଲ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ।
ସଭା ପୂର୍ବରୁ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଟାଉନ ହଲ୍ ଠାରେ ପହଞ୍ଚିଥିଲା ।
କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ସ ରାଉତରାୟ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ଅବକାରୀ ଅଧିକ୍ଷ କ ଶାନ୍ତି ମାରାଣ୍ଡି, ତହସିଲଦାର ଅନୀତା କୁମାରୀ ସାହୁ, ସାଇବର ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ବୌଦ୍ଧ ଆଇ.ଆଇ. ସି. ନଳିନୀ କାନ୍ତ ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ସମେତ ବିଭିନ୍ନ ଅଧିକାରୀ, ଛାତ୍ର ଛାତ୍ରୀ, ଜନ ସାଧାରଣ, ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
ପରେ ପରେ ସାଇବର ସଚେତନ ଉପରେ ଭିଡିଓ ପ୍ରଦର୍ଶନ ସହ, ମୁଖ୍ୟମନ୍ତ୍ରୀ ଏବଂ ଡି ଜି ପି ଙ୍କ ସଚେତନତା ବାର୍ତ୍ତା ପ୍ରସାରିତ ହୋଇଥିଲା ।
ପରେ କଳାକାର ସ୍ୱାଧୀନ କୁମାର ପରିଡା ଏବଂ କରୁଣାକର ବଗର୍ତ୍ତୀ ଦାସକାଠିଆ ମାଧ୍ୟମ ରେ ଏବଂ ଅନ୍ୟ କଳାକାର ମାନେ ନୃତ୍ୟ ନାଟକ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ସଚେତନ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡାଙ୍ଗ ଏବଂ ଅନ୍ୟ ଅତିଥି ମାନେ ସବୁଜ ପତାକା ଦେଖାଇ ସାଇବର ରଥ ର ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930