Indus Valley Times

ଟାଙ୍ଗିଆରେ ଆକ୍ରମଣ କଲା ବୋହୂ, ଚାଲିଗଲା ଶ୍ୱଶୁରଙ୍କ ଜୀବନ

 Breaking News

ଟାଙ୍ଗିଆରେ ଆକ୍ରମଣ କଲା ବୋହୂ, ଚାଲିଗଲା ଶ୍ୱଶୁରଙ୍କ ଜୀବନ

ଟାଙ୍ଗିଆରେ ଆକ୍ରମଣ କଲା ବୋହୂ, ଚାଲିଗଲା ଶ୍ୱଶୁରଙ୍କ ଜୀବନ
July 17
11:28 2022

କାମାକ୍ଷାନଗର, ୧୭/୭ : ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁର ବେଣୁଧର ପଧାନ। ଶ୍ବଶୁରଙ୍କ ପ୍ରତି ଆକ୍ରମଣରେ ବୋହୂ ମଧ୍ୟ ଗୁରୁତର ହୋଇଛନ୍ତି।
ଗୁରତର ବୋହୂ ହେଲେ ଯଶୋଦା ପ୍ରଧାନ। ଗୁରୁତର ଅବସ୍ଥାରେ ବୋହୂ ଯଶୋଦାଙ୍କୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ଟା ସମୟରେ କୌଣସି କଥାକୁ ନେଇ ଶ୍ୱଶୁର ବେଣୁଧର ପ୍ରଧାନ ଓ ବଡ଼ ବୋହୂ ଯଶୋଦା ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିଲା ।
ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ହାତାହାତି ଓ ପରେ ଟାଙ୍ଗିଆରେ ହଣା ହାଣି ହୋଇଥିଲେ । ଘଟଣାସ୍ଥଳରେ ଉଭୟ ଗୁରୁତର ଅବସ୍ଥାରେ ପଡିରହିଥିଲ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ବୋହୂ ଯଶୋଦାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟ ଏ ସଂପର୍କରେ ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031