Legatus

ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସିକୁ ଲେଖିଲେ କଡ଼ା କଥା

 Breaking News

ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସିକୁ ଲେଖିଲେ କଡ଼ା କଥା

ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସିକୁ ଲେଖିଲେ କଡ଼ା କଥା
May 04
11:18 2024

ଭୁବନେଶ୍ବର, ୪/୫: ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି କଂଗ୍ରେସ ଟିକେଟ୍ ଫେରାଇଥିବା ଜଣାଯାଇଛି। ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଏନେଇ କହିଛନ୍ତି ଯେ ସେ ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି, କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ।
ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୁଚରିତା ମହାନ୍ତି ଆହୁରି କହିଛନ୍ତି ଯେ ସେ ଏଆଇସିସିସକୁ ପୁରୀ ଲୋକସଭା ଅନ୍ତର୍ଗତ ୭ରୁ ୪ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ବଦଳାଇବା ଲାଗି ଜଣାଇଥିଲେ। ହେଲେ ସେଭଳି କରାଗଲା ନାହିଁ।
ଏନେଇ ସେ ଇମେଲ ଯୋଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଜଣାଇଛନ୍ତି।
ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ। ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା । ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି। ତେବେ ଏହି ଆସନରେ ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31