Indus Valley Times

ଟିପିଏନଓଡିଏଲର ମିଟର୍ ପରୀକ୍ଷଣ ଲ୍ୟାବ୍‌କୁ ଏନ୍‌ଏବିଏଲ୍ ମାନ୍ୟତା : ଗ୍ରାହକ ବିଶ୍ୱସନୀୟତା ଓ ସେବା ଉତ୍କର୍ଷରେ ଉନ୍ନତି ଆଣିବା ଦିଗରେ ଏକ ମାଇଲଖୁଂଟ

 Breaking News

ଟିପିଏନଓଡିଏଲର ମିଟର୍ ପରୀକ୍ଷଣ ଲ୍ୟାବ୍‌କୁ ଏନ୍‌ଏବିଏଲ୍ ମାନ୍ୟତା : ଗ୍ରାହକ ବିଶ୍ୱସନୀୟତା ଓ ସେବା ଉତ୍କର୍ଷରେ ଉନ୍ନତି ଆଣିବା ଦିଗରେ ଏକ ମାଇଲଖୁଂଟ

July 27
10:21 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ବର, ୨୭/୭ : ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ୍‌)ର ବାଲେଶ୍ୱରରେ ଥିବା ମିଟର ପରୀକ୍ଷଣ ଲ୍ୟାବକୁ ସମ୍ମାନଜନକ ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ଅଫ୍ ଟେଷ୍ଟିଂ ଆଣ୍ଡ୍ କାଲିବ୍ରେସନ୍ ଲାବୋରେଟୋରିଜ୍ (ଏନ୍‌ଏବିଏଲ୍‌) ମାନ୍ୟତା ପ୍ରଦାନ କରାଯାଇଛି।
ଏନଏବିଏଲର ଏହି ମାନ୍ୟତା ହେଉଛି ଲ୍ୟାବର ବୈଷୟିକ ଦକ୍ଷତା, ଆନ୍ତର୍ଜାତିକ ମାନ ପୂରଣ କରିବା ଏବଂ ସଠିକ୍ ଓ ଭରସାଯୋଗ୍ୟ ପରୀକ୍ଷଣ ଫଳାଫଳ ପ୍ରଦାନ କରିବାର ଏକ ପ୍ରମାଣ।
ଏହି ମାଇଲଖୁଂଟ ସଫଳତା ଦ୍ୱାରା ଉତ୍ତର ଓଡ଼ିଶାର ଉପଭୋକ୍ତାମାନେ ବେଶ୍ ଉପକୃତ ହେବେ।
ଏନ୍‌ଏବିଏଲ୍ ମାନ୍ୟତା ସହ ଏହି ମିଟର ପରୀକ୍ଷଣ ଲ୍ୟାବ୍ ଏହାର ସଠିକତା ଓ ଭରସାଯୋଗ୍ୟତା ପାଇଁ ମାନ୍ୟତା ହାସଲ କରିଛି। ଆଇଏଲ୍‌ଏସି ମ୍ୟୁଚୁଆଲ୍ ରେକଗ୍ନିସନ୍ ଏଗ୍ରିମେଂଟ୍ (ଆଇଏଲ୍‌ଏସି ଏମ୍‌ଆର୍‌ଏ) ଅଧୀନରେ ଏହି ମାନ୍ୟତା ମିଳିଛି ଯାହା ଲ୍ୟାବ୍ ପରୀକ୍ଷଣର ଫଳାଫଳରେ ବିଶ୍ୱସ୍ତରୀୟ ବିଶ୍ୱସନିୟତା ପ୍ରଦାନ କରୁଛି।
ଏହି ଅନ୍ତର୍ଜାତୀୟ ମାନ୍ୟତା ମିଟରିଂ ଓ ବିଲିଂ ପ୍ରକ୍ରିୟାରେ ସ୍ୱଚ୍ଛତା ସହ ଉପଭୋକ୍ତାଙ୍କ ବିଶ୍ୱାସରେ ଆହୁରି ଉନ୍ନତି ଆଣିପାରିଛି।
ଏନ୍‌ଏବିଏଲ୍ ମାନ୍ୟତା ପ୍ରତି ଏହି ଯାତ୍ରାରେ ମାସ ମାସର କଠୋର ପ୍ରସ୍ତୁତି, ସିଷ୍ଟମ୍‌ରେ ଉନ୍ନତି ଏବଂ କମ୍ପାନିର କମର୍ସିଆଲ୍ ଓ ସିଏସ୍‌ଆର୍ ମୁଖ୍ୟ ଶ୍ରୀ ଜୟଦୀପ ରୟଙ୍କ ମାର୍ଗଦର୍ଶନରେ ଲ୍ୟାବ୍ ମୁଖ୍ୟ ଶ୍ରୀ ସଂଜୀବ କୁମାର ଜେନା, କ୍ୱାଲିଟି ମ୍ୟାନେଜର ଶ୍ରୀ ଧୀରଜ ମେହେଟ୍ଟା, ବୈଷୟିକ ମ୍ୟାନେଜର ଶ୍ରୀ ସୁମନ୍ତ ଘୋଷ ଓ ଅନ୍ୟମାନଙ୍କୁ ନେଇ ଗଠିତ ମିଟର ପରୀକ୍ଷଣ ଟିମ୍‌ର ଅତୁଟ ପ୍ରତିବଦ୍ଧତା ରହିଥିଲା।
ସେମାନଙ୍କ ଉଦ୍ୟମ ଜଟିଳ ପରୀକ୍ଷଣ ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଲ୍ୟାବ୍ ପ୍ରସ୍ତୁତିକୁ ସୁନିଶ୍ଚିତ କରିଥିବା ବେଳେ ନିରନ୍ତରତା, ସଠିକତା ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ପାଳନ କରିଥିଲା।
ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ଏନ୍‌ଏବିଏଲ୍ ମାନ୍ୟତା କେବଳ ଏକ ବୈଷୟିକ ସଫଳତା ନୁହେଁ, ଏହା ହେଉଛି ଆମ ଗ୍ରାହକମାନଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ଭଳି।
ଅନ୍ତର୍ଜାତୀୟ ମାନ୍ୟତା ଦକ୍ଷତା ସହ ବିଦ୍ୟୁତ୍‌ର ପ୍ରତିଟି ଉପକରଣକୁ ଅତ୍ୟନ୍ତ ସଠିକତା ଓ ସଚ୍ଚୋଟତାର ସହ ପରୀକ୍ଷଣ କରାଯାଉଛି। ଆମ ମାଇଲଖୁଂଟ ଆମର ନବସୃଜନ ଏବଂ ସେବା ପ୍ରଦାନରେ ଉତ୍କର୍ଷତା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।’’
ଏହି ସଫଳତା ଏକ ଗ୍ରାହକ କୈନ୍ଦ୍ରୀକ ୟୁଟିଲିଟି ପ୍ରଦାନକାରୀ ଭାବେ ଟିପିଏନ୍‌ଓଡିଏଲ୍‌ର ସ୍ଥିତିକୁ ସୁଦୃଢ଼ କରିଥିବା ବେଳେ ନିରନ୍ତର ଉନ୍ନତି ଓ ନବସୃଜନ ଉପରେ ଗୁରୁତ୍ୱାରୋପ କରୁଛି।
ସେବାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା, ଗ୍ରାହକ ବିଶ୍ୱାସ ଗଠନ କରିବା ଏବଂ ସମସ୍ତ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତାର ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ କମ୍ପାନିର ବ୍ୟାପକ ମିସନ ସହିତ ଏହା ସମନ୍ୱିତ ରହିଛି। ଉତ୍କର୍ଷ ସେବା ନେଇ ଟିପିଏନଓଡିଏଲର ପ୍ରତିବଦ୍ଧତା କ୍ଷେତ୍ରରେ ଏହା ଆଉ ଏକ ବଳିଷ୍ଠ ପ୍ରମାଣ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031