Legatus

ଟିପିଏନଓଡିଏଲ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର

 Breaking News

ଟିପିଏନଓଡିଏଲ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର

ଟିପିଏନଓଡିଏଲ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର
April 21
21:24 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୨୧/୪ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ରକ୍ତ ଭଣ୍ଡାର ସହଭାଗିତାରେ ବାଲେଶ୍ଵର ସର୍କଲ ଅଧିନସ୍ଥ ବି. ଇ. ଡି, CED, STORE, ବସ୍ତା ଡିଭିଜନ କାର୍ଯ୍ୟାଳୟ ସମେତ ଯାଜପୁର ରୋଡ ଡିଭିଜନ, ଧାମନଗର ସବ୍ ଡିଭିଜନ ଓ ଆନନ୍ଦପୁର ଡିଭିଜନ କକ୍ଷର୍ଯ୍ୟାଳୟ ସ୍ତରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଟିପିଏନଓଡିଏଲ ପକ୍ଷରୁ ପ୍ରାୟ ୩ ଶହ ପଚାଶ (୩୫୦) ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସାଂପ୍ରତିକ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତ ସଙ୍କଟ ଓ ଜରୁରୀକାଳୀନ ସ୍ଥିତିରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି କାର୍ଯ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଡ୍ରାଇଭ ଦ୍ଵାରା ରକ୍ତ ଦାନ ଶିବିର ଆୟୋଜନ କରିବାର କାର୍ଯ୍ୟକ୍ରମ ରଖିଛି।
ତେବେ ବିଜୁଳି ବିତରଣ ସହ ସ୍ଵେଚ୍ଛାଚାରିତା ତଥା ସାମାଜିକ ଦାୟିତ୍ଵବୋଧ କ୍ଷେତ୍ରକୁ ଟିପିଏନଓଡିଏଲ ବେଶ୍ ଗୁରୁତ୍ଵ ଦେଉଛି। ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରୁଛି।
ପ୍ରଶିକ୍ଷଣ କେନ୍ଦ୍ର ସାହାଯ୍ୟରେ ତାଲିମ ପ୍ରଦାନ ସହ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା କ୍ଷେତ୍ରରେ ଅନେକ ମହତ୍ବପୂର୍ଣ୍ଣ ପଦକ୍ଷେପ ଟିପିଏନଓଡିଏଲ ଗ୍ରହଣ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31