Indus Valley Times

ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ

 Breaking News

ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ

October 21
18:29 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୧/୧୦ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କୁମ୍ଭାରୀ ଗାଁ ପଞ୍ଚାୟତର ଟୁଡୁବିଜୁ ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଯାଇଛି। ଟୁଡୁବିଜୁ ରାଜସ୍ୱ ଗ୍ରାମ ସହିତ ପଡ଼ା ଗ୍ରାମ ଗଚାଗୁଡି ଓ ସାନ୍ଦିମା ଗ୍ରାମରେ ୨୪୬ ପରିବାରର ପ୍ରାୟ ୧୨ ଶହରୁ ଅଧିକ ଜନ ସଂଖ୍ୟା। ଆଜି ଯାଏ ଏହି ଗ୍ରାମ ବାସୀ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।
ଏହି କିଛି ମାସ ପୁର୍ବରୁ ବିଭାଗୀୟ ଅଧିକାରୀଙ୍କ ନିର୍ଦେଶ କ୍ରମେ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ବସୁଧା ଯୋଜନାରେ ନିର୍ମିତ ହେଇଥିବା ପାଣି ଟାଙ୍କିରେ ମୋଟର ବସାଇବା ନେଇ ମେକାନିକ୍ ଟିମ୍ ଟୁଡୁବିଜୁ ଗ୍ରମାରେ ପହଞ୍ଚି କାମ ଆରମ୍ଭ କରିଥଲେ।
ହେଲେ ଦଶହରାର ଆଳ ଦେଖାଇ ପାଣି ଟାଙ୍କିରେ ପ୍ଲାଷ୍ଟିକ ରସି ମାଧ୍ୟମରେ ମୋଟର ମେସିନ୍ କୁ ବାନ୍ଧି ଦେଇ ଯାଇଛନ୍ତି ଯେ ଆଜି ଯାଏ ଦେଖାନାହିଁ ବୋଲି ଗ୍ରାମ ବାସୀ କହିଛନ୍ତି।
ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ପାଇପ ଯୋଗେ ଜଳ ଯୋଗାଣ କରାଯିବା ପାଇଁ ବହୁ ଅର୍ଥ ବ୍ୟୟ ବରାଦ କରାଯାଇଛି ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଖାମ୍ ଖିଆଲ ମନୋଭାବରୁ ଟୁଡୁବିଜୂ ଗ୍ରାମବାସୀ ଙ୍କ ସହିତ ବ୍ଲକ ଅଞ୍ଚଳର ବହୁ ଗ୍ରାମ ବାସୀ ବସୁଧା ଯୋଜନାରେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।
ଗ୍ରାମବାସୀ ଗାଁ ନିକଟ ବିଲରେ ଥିବା ଚୁଆ ପାଣି ବ୍ୟବହାର କରି ବିଭିନ୍ନ ଭୁତାଣୁ ଜନିତ ରୋଗର ଶିକାର ମଧ୍ୟ ହେଉଛନ୍ତି ବୋଲି ଗୌତମ ମାଝୀ ସମେତ ଅନ୍ୟମାନେ କହିଛନ୍ତି।
ଗ୍ରାମବାସୀ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିଛନ୍ତି ହେଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା କଥା ଗ୍ରାମବାସୀ କହିଛନ୍ତି। ପାନୀୟଜଳ ସମସ୍ୟା ନେଇ କନିଷ୍ଠ ଯନ୍ତ୍ରୀଙ୍କ ସହିତ ବିଡ଼ିଓଙ୍କୁ ହ୍ବା ଟ୍ସ ଆପରେ ସମସ୍ୟାର ଫଟୋ ଚିତ୍ର ପଠାଇଥିବା ମଧ୍ୟ କହିଛନ୍ତି।
ଏତେ ସତ୍ତ୍ୱେ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।
ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ
କନ୍ଧମାଳ,୨୧/୧୦ : ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷାର ମୌଳିକ ବିକାଶ ବୃଦ୍ଧି ନିମନ୍ତେ କଟକ ଜିଲା ବାଙ୍କି ବ୍ଲକର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ସାହୁ ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ ଅଭିଯାନ ସମଗ୍ର ଓଡ଼ିଶାରେ ଆରମ୍ଭ କରିଥିବା ବେଳେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରୁ ଆରମ୍ଭ ହୋଇଛି।
ନିଜସ୍ୱ ଖର୍ଚ୍ଚରେ ଏହି ପୁସ୍ତକ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରୁଥିବା ବେଳେ ଜିଲାର କରଣ୍ଡାଗଡ଼଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ପୁସ୍ତକ ବଣ୍ଟନର ଶୁଭାରମ୍ଭ ହୋଇଛି। ବରିଷ୍ଠ ଶିକ୍ଷକ ସୀମାଞ୍ଚଳ ମୁଖୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ କରଣ୍ଡାଗଡ଼଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ଧଗଡ଼଼ ପ୍ରାଥମିକ ବିଦ୍ୟାଳୟ, ପୋଡ଼ାପଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ରତଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଛି।
ଆଗାମି ଦିନରେ ଫିରିଙ୍ଗିଆ ବ୍ଲକର ସମସ୍ତ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯିବ ବୋଲି ଦାୟିତ୍ୱରେ ଥିବା ଶିକ୍ଷକ ଶ୍ରୀ ମୁଖୀ ପ୍ରକାଶ କରିଛନ୍ତି। ଏଭଳି ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ସାହୁଙ୍କ ଏଭଳି ଉଦ୍ୟମକୁ ଅନେକ ସାଧୁବାଦ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930