Indus Valley Times

ଟୋକିଓ ଅଲମ୍ପିକ୍ସ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌

 Breaking News

ଟୋକିଓ ଅଲମ୍ପିକ୍ସ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌

ଟୋକିଓ ଅଲମ୍ପିକ୍ସ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌
July 18
20:16 2021

ଭୁବନେଶ୍ୱର,୧୮/୭ : ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଓଡ଼ିଆ କ୍ରୀଡ଼ାବିତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ଆଥଲେଟଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ରୌପ୍ୟ ପଦକ ବିଜେତାଙ୍କ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶିର ଘୋଷଣା କରାଯାଇଛି।
ଅଲିମ୍ପିକ୍ସରେ ଓଡ଼ିଶାର ୬ ଜଣ କ୍ରୀଡ଼ାବିତ୍ ଭାଗ ନେବେ। ପୁରୁଷ ହକି ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଏବଂ ମହିଳା ହକି ଟିମରେ ଦୀପ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଟୋକିଓ ଯାତ୍ରା କରିବେ। ସେହିପରି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଉଭୟ ୧୦୦ ଓ ୨୦୦ ମିଟର୍ ପାଇଁ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଛନ୍ତି। ଅନ୍ୟପକ୍ଷରେ ପାରାଅଲିମ୍ପିକ୍ସ ପାଇଁ ଷ୍ଟାର୍ ପାରା ଶଟଲର୍ ପ୍ରମୋଦ ଭଗତ ମଧ୍ୟ ଟୋକିଓ ଯିବେ।
ଏହା ପୂର୍ବରୁ ଓଡ଼ିଶା ସରକାର ଚଳିତ ମାସରେ ଓଡ଼ିଆ କ୍ରୀଡ଼ାବିତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି, ଟଙ୍କା ଦିଆଯିବ। ରୌପ୍ୟ ପଦକ ବିଜେତାଙ୍କୁ ୪ କୋଟି ଟଙ୍କା, ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।ଏହାସହିତ ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031