Indus Valley Times

ଟୋକିଓ ଅଲିମ୍ପିକ୍ସ : ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ

 Breaking News

ଟୋକିଓ ଅଲିମ୍ପିକ୍ସ : ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ

ଟୋକିଓ ଅଲିମ୍ପିକ୍ସ : ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ
August 07
16:51 2021

ଟୋକିଓ, ୭/୮ : ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଶନିବାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଶନିବାର କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି।
ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ।
କିନ୍ତୁ ଶନିବାର ସେ ଜବରଦସ୍ତ କମବ୍ୟାକ୍ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବିଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି।
୨୦୧୨ ଅଲିମ୍ପିକ୍ସରେ ମଧ୍ୟରେ ଭାରତ ସମାନ ୬ଟି ପଦକ ଜିତିଥିଲା। ବଜରଙ୍ଗ ପୂର୍ବରୁ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂରେ ରବି କୁମାର ଦାହିୟା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।
ବଜରଙ୍ଗ ପ୍ରି-କ୍ୱାର୍ଟର୍ ଫାଇନାଲରେ କିର୍ଗିଜସ୍ତାନର ଏର୍ନାଜର ଅକମାତାଲିଏଭଙ୍କୁ ହରାଇଥିବା ବେଳେ କ୍ୱାର୍ଟର୍ ଫାଇନାଲରେ ଇରାନରୀ ମୋର୍ତେଜା ଘିଆସି ଚେକାଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031