Indus Valley Times

ଟ୍ରକକୁ ଧକ୍କା ଦେଲା ସ୍କୋର୍ପିଓ, ଦୁଇ ମୃତ, ଜଣେ ଗୁରୁତର

 Breaking News

ଟ୍ରକକୁ ଧକ୍କା ଦେଲା ସ୍କୋର୍ପିଓ, ଦୁଇ ମୃତ, ଜଣେ ଗୁରୁତର

April 22
19:26 2023

ଭଦ୍ରକ,୨୨/୪: ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ ଏକ ସ୍କର୍ପିଓ ତା’ ପଛରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି।
ସ୍କର୍ପିଓଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ସ୍କର୍ପିଓଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ ନମ୍ବର ରହିଛି। ଦୁର୍ଘଟଣା ପରେ ପୁଲିସ୍ ସ୍କର୍ପିଓରେ ଥିବା ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ସେଠାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସେ କଥା କହିପାରୁ ନାହାନ୍ତି।
ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଅନୁମାନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031