Indus Valley Times

ଟ୍ୱିନସିଟିରେ ଡେଙ୍ଗୁର ଆତଙ୍କ, ଭୁବନେଶ୍ୱର ପରେ ପରେ କଟକରୁ ସଂକ୍ରମିତ ଚିହ୍ନଟ

 Breaking News

ଟ୍ୱିନସିଟିରେ ଡେଙ୍ଗୁର ଆତଙ୍କ, ଭୁବନେଶ୍ୱର ପରେ ପରେ କଟକରୁ ସଂକ୍ରମିତ ଚିହ୍ନଟ

ଟ୍ୱିନସିଟିରେ ଡେଙ୍ଗୁର ଆତଙ୍କ, ଭୁବନେଶ୍ୱର ପରେ ପରେ କଟକରୁ ସଂକ୍ରମିତ ଚିହ୍ନଟ
July 10
17:39 2021

କଟକ, ୧୦/ ୭ : ଭୁବନେଶ୍ବର ପରେ ବର୍ତ୍ତମାନ କଟକରୁ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକର ୨୩ ଓ ୨୪ ନମ୍ବର ଓ୍ୱାର୍ଡଠାରୁ ଆରମ୍ଭ କରି ବିଡାନାସୀ ଓ ଥୋରିଆ ସାହିରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହେଉଥିଲେ ସୁଦ୍ଧା ମଶା ମାରିବା ଲାଗି ପ୍ରଶାସନ ପକ୍ଷରୁ କୌଣସି ବନ୍ଦୋବସ୍ତ କରାଯାଇନି । ଅସରାଏ ବର୍ଷାରେ ରାସ୍ତାଘାଟରେ ପାଣି ହୋଇଯାଉଥିବାବେଳେ ଅଳିଆ ଆବର୍ଜନା ଭରି ରହିଥିବାରୁ ମଶାଙ୍କ ପ୍ରଭାବ ବିସ୍ତାର କରିବାକୁ ବସିଲାଣି ।
ରାଜଧାନୀ ଡେଙ୍ଗୁ ଆତଙ୍କ ବଢୁଥିବାବେଳେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତ କଟକରୁ ଚିହ୍ନଟ ହେଲେଣି । ପ୍ରଶାସନ ପକ୍ଷରୁ ସଫେଇ ଠିକ୍ ଭାବରେ ହେଉନଥିବାବେଳେ ମଶା ତେଲ ବି ପକାଯାଉନି ।
ସିଏମସି କମମିଶନର କହିଛନ୍ତି, ଡେଙ୍ଗୁ ବ୍ୟାପୁଥିବା ଯୋଗୁଁ ଲୋକଙ୍କୁ ସଚେତନତା କରାଯାଉଛି । ଅଙ୍ଗନବାଡ଼ି ଓ ଆଶାକର୍ମୀ ଘରେ ଘରେ ବୁଲି ସ୍କ୍ରିନିଂ କରିବା ସହ ଏନେଇ ସଚେତନତା କରାଯାଉଛି ।
ଉଲ୍ଲେଖଯୋଗ୍ୟ, ପ୍ରଥମେ ଭୁବନେଶ୍ବରରୁ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିଳାଦ୍ରୀବିହାର ଅଞ୍ଚଳରୁ ୨୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।
ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଥିଲେ ସୁଦ୍ଧା ପ୍ରାଥମିକ ସ୍ତରରେ ବିଏମସି କୌଣସି ପଦକ୍ଷେପ ଗ୍ରହଣ କରିନି । କେବଳ ସଚେତନ କରାଯାଉଥିବା ପ୍ରତିକ୍ରିୟା ମିଳିଥିବାବେଳେ ସଫେଇ କି ମଶାମରା ଧୂଆଁର ମଧ୍ୟ ବ୍ୟବହାର କରାଯାଉନି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031