Indus Valley Times

ଠିକାଦାର ଓ ଜେ ଇର ମଧୁଚନ୍ଦ୍ରିକା,ରାସ୍ତା ନିମ୍ନ ମାନର ଅଭିଯୋଗ

 Breaking News

ଠିକାଦାର ଓ ଜେ ଇର ମଧୁଚନ୍ଦ୍ରିକା,ରାସ୍ତା ନିମ୍ନ ମାନର ଅଭିଯୋଗ

ଠିକାଦାର ଓ ଜେ ଇର ମଧୁଚନ୍ଦ୍ରିକା,ରାସ୍ତା ନିମ୍ନ ମାନର ଅଭିଯୋଗ
August 18
14:19 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୮/୮ : ଆଗଲପୁର (ଡୁଡୁକା )ବ୍ଲକ ରେ ଜଳ ସଂପଦ ବିଭାଗ କିଭଳି ନିମ୍ନମାନର ରାସ୍ତା କାମ କରିଛି ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କୁଟାସିଂହା ଓ ଛୋକରମାଲ ପଂଚାୟତରେ ।
ରାସ୍ତା ନିର୍ମାଣ ର ମାସେ ନ ପୂରୁଣୁ ପିଚୁ ଉଠିଯାଇଥିବା ଦେଖା ଯାଇଛି।ଅଙ୍ଗ ଶାଖା କେନାଲ ବଲାଙ୍ଗୀର -ସୋନପୁର ଜଊ-୯୮୦ପାଣିଛତ୍ର ଛକ ବାଲପୁର ଡିଷ୍ଟ୍ରିବୁଟର ଠାରୁ କୁଟାସିଂହା ଡିଷ୍ଟ୍ରିବ୍ୟୁଟର ପର୍ଯ୍ୟନ୍ତ ୪ କି. ମି ୪୦୩ ମିଟର ଏହି ରାସ୍ତା ୩୦-୧୨-୨୩ ରୁ ଆରମ୍ଭ ହୋଇ ୨୯-୧୨-୨୪ ତାରିଖ ରେ ଶେଷ ହେବାରଥିଲା।ଠିକାଦାର ଓ ଜଳସମ୍ପଦ ବିଭାଗ ମିଳିତ ଭାବେ ୨ ମାସରେ ମେଟାଲିଙ୍ଗ, ରୋଲିଙ୍ଗ, ପିଚୁ ସାରିଦେଇଛନ୍ତି ଫଳରେ ଟାଇଟ ନ ନେଇ ଗେଟି ଓ ବଜରୀ ଉଠିଯାଉଛି। ପୁଣି ପ୍ରତକ୍ଷଦର୍ଶୀ ଙ୍କ କହିବାନୁସାରେ ରାସ୍ତା ନିର୍ମାଣ ବେଳେ ଆବଶ୍ୟକ ମୁତାବକ ତେଲ (ପିଚୁ ) ଦିଆଯାଇନାହିଁ ।
ଧାର୍ଯ୍ୟ ତାରିଖ ଠାରୁ ବହୁ ପୂର୍ଵ ରୁ ତରବରିଆ ଭାବେ କାମ ସାରିଦେଇଥିବାରୁ ସଂପୃକ୍ତ ଠିକାଦାର ଓ ଜଳସମ୍ପଦ ବିଭାଗ ର କି କାରଣ ଥାଇପାରେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।ଏ ସମ୍ପର୍କ ରେ ବିଭାଗୀୟ ଜେଇ ପଞ୍ଚୁ ମାଝୀ ଙ୍କୁ ଫୋନ କରି ପଚରାଯିବାରୁ ଯଦି ପିଚୁ ଉଠିଯାଉଛି ମୁଁ ଠିକାଦାରଙ୍କୁ କହିବି ସେ ପୁଣି ପିଚୁ କରିବେ ବୋଲି କହିଥିଲେ ।
ରାସ୍ତା ନିର୍ମାଣ ପାଇଁ ୧୨୬୦୮୫୩୨ ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ନିହାତି ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30