Indus Valley Times

ଡଙ୍ଗାରେ ଯାତ୍ରା କରୁଥିବା ୭ଜଣ ଯାତ୍ରୀଙ୍କୁ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର

 Breaking News

ଡଙ୍ଗାରେ ଯାତ୍ରା କରୁଥିବା ୭ଜଣ ଯାତ୍ରୀଙ୍କୁ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର

ଡଙ୍ଗାରେ ଯାତ୍ରା କରୁଥିବା ୭ଜଣ ଯାତ୍ରୀଙ୍କୁ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର
February 08
11:22 2022

ନବରଙ୍ଗପୁର, ୮/୨: ଜଳଯାତ୍ରା ସମୟରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ୭ ଜଣ ଯାତ୍ରୀ । ଏଭଳି ଏକ ଘଟଣା ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଦେଖିବାକୁ ମିଳିଛି । ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହେବା ସମୟରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାର ମଝିରେ ଫସିଥିଲା ଏକ ଦେଶୀ ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥିବା ୭ଜଣ ଯାତ୍ରୀଙ୍କୁ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ତେନ୍ତୁଳିଖୁଣ୍ଟି ବ୍ଲକ୍ ମଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ତଥା ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ବରେ ରହିଛି ତଲଙ୍ଗ ଗ୍ରାମ । ୩ ଜଣ ନାବାଳକକୁ ମିଶାଇ ମୋଟ୍ ୭ ଜଣ ଯାତ୍ରୀ ସେଠାରୁ ଏକ ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସହରକୁ କୌଣସି କାର୍ଯ୍ୟରେ ଆସିଥିଲେ । କାମ ସାରି ବାରିଆଘାଟରୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଦେଇ ତଳଙ୍ଗ ଅଭିମୁଖେ ଯାତ୍ରା କରୁଥିଲେ ।
ଯାତ୍ରା ସମୟରେ ହଠାତ ଦକ୍ଷିଣା ପବନ ଆରମ୍ଭ ହେବାରୁ ଜଳଭଣ୍ଡାର ମଝିରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଏପଟ ସେପଟ ହୋଇ ଡ଼ଙ୍ଗା ଭିତରେ ପାଣି ପଶିବାକୁ ଲାଗିଥିଲା । ଫଳରେ ଡ଼ଙ୍ଗା ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲା ।
ତେବେ ନାଉରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ବୋଟ୍ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ୍ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ ।
ଖବର ପାଇଁ ତୁରନ୍ତ ବୋଟ୍ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦେଶୀ ଡ଼ଙ୍ଗା ଭିତରେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ପାଣି ଭର୍ତ୍ତି ହୋଇଥିବା ଦେଖି ତୁରନ୍ତ ସେଠାରେ ଥିବା ୭ଜଣ ବ୍ୟକ୍ତି ଓ ୩ଟି ସାଇକେଲ ସମେତ ଅନ୍ୟାନ୍ୟ ଜିନିଷପତ୍ର ଉଦ୍ଧାର କରିଥିଲେ ।
ବୋଟ୍ ଆମ୍ବୁଲାନ୍ସ କର୍ମଚାରୀମାନେ ଉଦ୍ଧାର ବ୍ୟକ୍ତିମାନଙ୍କୁ ସେମାନଙ୍କ ଗ୍ରାମ ତଲଙ୍ଗକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି । ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ସଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ଥିବାରୁ ଏକ ବଡ଼ ଅଘଟଣରୁ ୭ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031