Indus Valley Times

ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନକରିବାକୁ ପରାମର୍ଶ

 Breaking News

ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନକରିବାକୁ ପରାମର୍ଶ

ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନକରିବାକୁ ପରାମର୍ଶ
May 17
19:47 2025

ପୁରୀ,୧୭/୫: ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାପ୍ରସାଦକୁ ଏପରି ଅପମାନକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିକିଛି।
ଭିଡିଓରେ ଦେଖିବାକୁ ମିଳୁଛି କି ପୁରୀର ଏକ ତାରକା ହୋଟେଲ ଡାଇନିଂରେ କିଛି ପର୍ଯ୍ୟଟକ ବସି ମହାପ୍ରସାଦ ସେବନ କରୁଥିବାର ଦେଖାଦେଇଛି। ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି। କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଉଛି। ଡାଇନିଂରେ ବସି ଖାଉଥିବା ପର୍ଯ୍ୟଟକ ହେଉଛନ୍ତି ଓଡ଼ିଆ। ଓଡ଼ିଆ ହୋଇ କିପରି ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଅସମ୍ମାନ କଲେ ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଥିବାବେଳେ ମହାପ୍ରସାଦ ପରଷୁଥିବା ଜଣେ ବ୍ରାହ୍ମଣ କ୍ଷ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜଣେ ଓଡ଼ିଆ ଓ ବ୍ରାହ୍ମଣ ମହାପ୍ରସାଦକୁ ନେଇ ଅସମ୍ମାନ କରୁଥିବା ନେଇ ସାଧାରଣରେ ନିନ୍ଦା କରାଯାଇଛି ଏହାକୁ ନେଇ ସେବାୟତ ମହଲରେ କ୍ଷଭ ପ୍ରକାଶ ପାଇଛି। ଅପରପକ୍ଷରେ କିଛି ବ୍ୟକ୍ତି ଏପରି ଦୃଶ୍ୟ ଦେଖିବା ପରେ ମହାପ୍ରସାଦ କି ଏପରି ସେବନ କରନ୍ତି ନାହିଁ ବୋଲି ବୁଝାଇଥିଲେ।
ମାତ୍ର ସେମାନେ ଜାଣି ନ ଥିବା ନେଇ କହିଥିଲେ। ତେବେ ଓଡ଼ିଆ ହେଇ ମହାପ୍ରଭୁଙ୍କ ମହାପ୍ରସାଦ ତଳେ ବସି ଖାଇବା ଓ ମହାପ୍ରସାଦର ମାହାତ୍ମ୍ୟ ଜାଣି ନଥିବା କହି ନିଜ ଦୋଷ ଛିଡ଼ାଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି। ତେବେ ମହାପ୍ରଭୁଙ୍କ ମହାପ୍ରସାଦକୁ ଏହିପରି ଅସମ୍ମାନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେବାୟତ ମହଲରେ ମତ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31