Legatus

ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା, ଥାନାରେ ଅଭିଯୋଗ କଲେ ପରିବାର ଲୋକ

 Breaking News

ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା, ଥାନାରେ ଅଭିଯୋଗ କଲେ ପରିବାର ଲୋକ

September 23
16:32 2023

ବାରିପଦା,୨୩/୯: ପି.ଆର.ଏମ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।
ଘଟଣା ବାବଦରେ ମୃତ ଛାତ୍ରଙ୍କ ଅତି ନିକଟତର ଥିବା ସହପାଠୀ ସବୁ ଜାଣିଥିବା ନେଇ ବାପା ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପାଇଁ ସେ ଦାବି କରିଛନ୍ତି।
ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଜଣେ ପ୍ରଥମବର୍ଷ ଛାତ୍ର (ହାଉସ୍ ସର୍ଜନ)ଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ କେନ୍ଦୁଝର ଜିଲ୍ଲାର ସଚିନ୍ ସାହୁ।
ସବୁଦିନ ଭଳି ଗତକାଲି ବି ସଚିନ୍ ଡାକ୍ତରଖାନାରେ ଡ୍ୟୁଟି କରିଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ସାଙ୍ଗମାନଙ୍କ ସହ ବେଶ୍ କିଛି ସମୟ କଥାବାର୍ତ୍ତା ପରେ ନିଜ ହଷ୍ଟେଲ ରୁମ୍କୁ ଚାଲି ଯାଇଥିଲେ। ତେବେ ସନ୍ଧ୍ୟା ଯାଏ ପଦାକୁ ନ ବାହାରିବାରୁ ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ।
କୌଣସି ଉତ୍ତର ନ ଦେବାରୁ ଝରକା ଭାଙ୍ଗି ଦେଖିଲା ବେଳକୁ ଫ୍ୟାନ୍ରେ ରଶି ଲଗାଇ ଝୁଲି ପଡ଼ିଥିଲେ ସଚିନ୍। ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡାକ୍ତରଖାନା ଆଣିଥିଲେ।
ହେଲେ ସେତେ ବେଳକୁ ସଚିନ୍ଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏ ସଂକ୍ରାନ୍ତରେ କଲେଜ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ତେବେ ସଚିନ୍ଙ୍କ ଭଳି ଶାନ୍ତ ସ୍ବଭାବର ପିଲା ଆତ୍ମହତ୍ୟା କରିବା ଘଟଣାକୁ ତାଙ୍କ ସାଙ୍ଗମାନେ ବିଶ୍ବାସ କରିପାରୁନାହାନ୍ତି। ତାଙ୍କ ଉପରେ କୌଣସି ଚାପ ଥିଲା କି, ନା ଅନ୍ୟ କିଛି କାରଣରୁ ସେ ଆତ୍ମହତ୍ୟା କଲେ; ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବାରିପଦା ସଦର ଥାନା ଆଇଆଇସି ମଧୁମିତା ମହାନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31