Indus Valley Times

ଡାକ୍ତର ସୁମିତ ଜାରି କଲେ ଏକ ଭିଡିଓ: ତପସ୍ୱିନୀ ମିଡିଆରେ ତାଙ୍କୁ ବଦନାମ କରିଥିବା ଅଭିଯୋଗ କଲେ

 Breaking News

ଡାକ୍ତର ସୁମିତ ଜାରି କଲେ ଏକ ଭିଡିଓ: ତପସ୍ୱିନୀ ମିଡିଆରେ ତାଙ୍କୁ ବଦନାମ କରିଥିବା ଅଭିଯୋଗ କଲେ

December 16
18:18 2021

ବ୍ରହ୍ମପୁର ୧୬।୧୨: ଡାକ୍ତର ସୁମିତ ସାହୁ ଏବଂ ତପସ୍ୱିନୀ ଦାଶ ଙ୍କ ବିବାହ ମାମଲାରେ ଆସିଛି ନୂଆ ଟ୍ବିଷ୍ଟ୍ । ଗୁରୁବାର ଦିନ ସୁମିତ ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏଥିରେ ସୁମିତ କହିଛନ୍ତି ଯେ ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା ପାଇଁ ବିଶ୍ରାମ ନେଉଛନ୍ତି। ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅସୁସ୍ଥତା ଥିବାରୁ ତପସ୍ୱିନୀ ଦାଶଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା କହିଛନ୍ତି। ଅସୁସ୍ଥ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ସାଙ୍ଗସାଥୀଙ୍କ ଜରିଆରେ ଭଡ଼ା ଘର ଖୋଜୁଛନ୍ତି ବୋଲି କହିଛନ୍ତି।
ସେ ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ଅନୁରୋଧ କରିଛନ୍ତି, ମିଡିଆ ସାମ୍ନାରେ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ ନ କରନ୍ତୁ। ଲୋକଙ୍କ ସହାନୁଭୂତି ପାଇବା ପାଇଁ ତପସ୍ୱିନୀ ମିଡିଆ ଆଗରେ ସେମିତି କିଛି କୁହନ୍ତୁ ନାହିଁ। ଗତ ୯ ତାରିଖରେ ବ୍ରହ୍ମପୁର ଏସଡିଜିଏମ୍ କୋର୍ଟ ତପସ୍ୱିନୀଙ୍କ ପିଟିସନ ଉପରେ ଶୁଣାଣି କରି ଉଭୟ ସୁମିତ ଏବଂ ତପସ୍ୱିନୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୧୦ ତାରିଖ ସକାଳେ ଡାକ୍ତର ସୁମିତ ବାଲିସିରା ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଦିନିର ଛୁଟି ଆବେଦନ କରି କୁଆଡ଼େ ପଳାଇ ଯାଇଥିଲେ। ଏହାପରେ ଏବେ ସୁମିତ ଆଉ ୮ ଦିନ ଅଧିକ ଛୁଟି ମାଗିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031