Indus Valley Times

ଡିଆରଡିଓରୁ ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ଅଭିଯୋଗ, ୪ ଠିକା କର୍ମଚାରୀ ଗିରଫ

 Breaking News

ଡିଆରଡିଓରୁ ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ଅଭିଯୋଗ, ୪ ଠିକା କର୍ମଚାରୀ ଗିରଫ

ଡିଆରଡିଓରୁ ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ଅଭିଯୋଗ, ୪ ଠିକା କର୍ମଚାରୀ ଗିରଫ
September 14
17:31 2021

ବାଲେଶ୍ୱର, ୧୪/୯ : ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ବାଲେଶ୍ଵର ପୁଲିସ। ସୋମବାର ବିଳମ୍ବିତ ରାତିରେ ପୁଲିସ ସେମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ କରିଛି ବାଲେଶ୍ଵର ପୁଲିସ। ସୋମବାର ବିଳମ୍ବିତ ରାତିରେ ପୁଲିସ ସେମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈରୁ ଉଠାଇ ଆଣିଥିଲା।
ଜେରା ପରେ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଡିଆରଡିଓରେ ଏସି ଓ ଜେନେରେଟର ଅପରେଟର ଭାବେ କାର୍ଯ୍ୟକରୁଥିବା ଜଣାପଡିଛି।
ଅଟକ ଯୁବକମାନେ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ୟ ପ୍ରଘଟ କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟି ଟିମ୍ ଗଠନ କରାଯାଇଥିଲା। ଯେଉଁଥିରେ ୬ ଡିଏସପି ଓ ୬ ଜଣ ଆଇଆଇସି ରହିଛନ୍ତି। ତିନି ଦିନର ତନାଘନା
ପରେ ପୁଲିସ ୪ ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଥିଲା। ସେମାନଙ୍କୁ ମାରାଥନ ଜେରା ପରେ ପୁଲିସ ଗିରଫ କରିଛି। ଏମାନେ ବିଦେଶୀ ସଂସ୍ଥା ସହ ଫୋନରେ କଥା ହୋଇଥିବା ସନ୍ଦେହ କରାଯାଉଛି।
ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଦେବା ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ଗିରଫ ହୋଇଥିଲେ। ଈଶ୍ୱର ଏବେ ଆଜୀବନ ସଜା କାଟୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031