Indus Valley Times

ଡିଆରଡିଓ ତଥ୍ୟ ଲିକ୍ ଘଟଣା: ଦୁବାଇରୁ ଆସୁଥିଲା ଟଙ୍କା

 Breaking News

ଡିଆରଡିଓ ତଥ୍ୟ ଲିକ୍ ଘଟଣା: ଦୁବାଇରୁ ଆସୁଥିଲା ଟଙ୍କା

ଡିଆରଡିଓ ତଥ୍ୟ ଲିକ୍ ଘଟଣା: ଦୁବାଇରୁ ଆସୁଥିଲା ଟଙ୍କା
September 21
18:10 2021

କଟକ ୨୧/୯: କିଏ ସେହି ରହସ୍ୟମୟୀ ନାରୀ ? ଯାହାଙ୍କ ହନିଟ୍ରାପରେ କ୍ଷେପଣାସ୍ତ୍ର ଘାଟିର କର୍ମଚାରୀ ? କିଏ ସେ ମହିଳା ଯିଏ ବ୍ରିଟେନର ଫୋନ୍ ନମ୍ବର ବ୍ୟବହାର କରି ଫସାଇଛନ୍ତି ପ୍ରତିରକ୍ଷା କର୍ମଚାରୀଙ୍କୁ ? ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଗୁଇନ୍ଦାଗିରିର ତଦନ୍ତ କରୁ କରୁ ଏମିତି ଜଣେ ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ଠୋସ୍ ସୂଚନା ପାଇଛି କ୍ରାଇମବ୍ରାଞ୍ଚ ।
କେବଳ ଚାନ୍ଦିପୁର ନୁହେଁ, ଏହି ମହିଳାଙ୍କ ହନିଟ୍ରାପରେ ଫଶିଛନ୍ତି ଦେଶର ଅନେକ ବ୍ୟକ୍ତି । ଯେଉଁମାନଙ୍କ ଦ୍ଵାରା ପ୍ରତିରକ୍ଷା ସମ୍ପର୍କିତ ଅନେକ ତଥ୍ୟ ଯାଉଥିଲା ଶତ୍ରୁ ଦେଶକୁ ।
ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଓ ବାୟୁ ସେନାର ଅଧିକାରୀମାନେ ଜେରା କରୁଛନ୍ତି । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁବାଇରୁ ୩୮ହଜାର ଟଙ୍କା ଆସିଥିବା ଜଣାପଡିଛି। ତେବେ ଏହି ଟଙ୍କା କିଏ ଓ କାହିଁକି ପଠାଇଛି, ସେ ନେଇ ଅଧିକ ଖୋଳତାଡ ଚାଲିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।
ସେପଟେ ଅଭିଯୁକ୍ତମାନଙ୍କ ଜେରା ବେଳେ, ଜଣେ ଅଜ୍ଞାତ ମହିଳାଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଅଜ୍ଞାତ ମହିଳା ଜଣକ ଗିରଫ ୫ ଅଭିଯୁକ୍ତଙ୍କ ବ୍ୟତୀତ ଭାରତର ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ସହ ଫେକ୍ ଫେସବୁକ୍ ଆକାଉଣ୍ଟରେ ସମ୍ପର୍କ ରଖିଥିଲେ । ଏହାସହ ଅଭିଯୁକ୍ତମାନଙ୍କ ସହ ହ୍ଵାଟ୍ସଆପ୍ ମାଧ୍ୟମରେ ମଧ୍ୟ ସମ୍ପର୍କ ରଖିଥିଲେ ।
କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା ଅନୁସାରେ, ଏହି ମହିଳା ଜଣକ ଇଂଲଣ୍ଡର ଏକ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ । ସେହି ନମ୍ବରର ଯାଞ୍ଚ ଚାଲିଛି ଓ ଅଭିଯୁକ୍ତମାନଙ୍କ ଫୋନ୍ ନମ୍ବର ଗୁଡିକର ଫୋରେନସିକ୍ ଆନାଲିସିସ୍ କରାଯିବ ବୋଲ ଏଡିଜି ସୂଚନା ଦେଇଛନ୍ତି । ତେବେ ଏନଆଇଏ ଅଧିକାରୀମାନେ ତଦନ୍ତରେ ସମ୍ପୃକ୍ତ ନାହାନ୍ତି ବୋଲି ଏଡିଜି ସଞ୍ଜୀବ ପଣ୍ଡା ସ୍ପଷ୍ଟ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031