Legatus

ଡିଏନ୍ ହୋମ୍ସରେ ଇନ୍‌କମ୍ ଟ୍ୟାକ୍ସ ରେଡ୍, ରାଜ୍ୟର ୨୦ ଟି ସ୍ଥାନରେ ଏକକାଳୀନ ଚଢାଉ

 Breaking News

ଡିଏନ୍ ହୋମ୍ସରେ ଇନ୍‌କମ୍ ଟ୍ୟାକ୍ସ ରେଡ୍, ରାଜ୍ୟର ୨୦ ଟି ସ୍ଥାନରେ ଏକକାଳୀନ ଚଢାଉ

ଡିଏନ୍ ହୋମ୍ସରେ ଇନ୍‌କମ୍ ଟ୍ୟାକ୍ସ ରେଡ୍, ରାଜ୍ୟର ୨୦ ଟି ସ୍ଥାନରେ ଏକକାଳୀନ ଚଢାଉ
July 05
10:43 2023

ଭୁବନେଶ୍ୱର,୫/୭: ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ହୋମ୍ସ ଗ୍ରୁପରେ ଇନ୍‌କମ୍ ଟ୍ୟାକ୍ସ ରେଡ୍ ହୋଇଛି। ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ କରାଯାଉଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି।
ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି।
ଏହି ବ୍ୟବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ ରହିଥିବା ସୂଚନା ମିଳିଛି। ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି।
୨୦ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଇନ୍କମ୍ ଟ୍ୟାକ୍ସର ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ସହ ମାସକୁ କେତେ ଟ୍ରନ୍ ଓଭର ହେଉଛି, ସେହି ଅନୁସାରେ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଇନ୍କମ୍ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରାଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930