Indus Valley Times

ଡିଜିଟାଲ ପେମେଣ୍ଟ ଦେବାକୁ ନେଇ ହେଲା ତୁମୁଳ କାଣ୍ଡ: ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଗ୍ରାହକ

 Breaking News

ଡିଜିଟାଲ ପେମେଣ୍ଟ ଦେବାକୁ ନେଇ ହେଲା ତୁମୁଳ କାଣ୍ଡ: ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଗ୍ରାହକ

September 14
11:03 2021

ବ୍ରହ୍ମପୁର, ୧୪/୯: ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ । ହୋଟେଲମାଲିକ ଜଣକ କ୍ୟାସ୍ ନେବେ ବୋଲି ନିଜ ଜିଦ୍ରେ ଅଟଳ ଥିବା ବେଳେ ଗ୍ରାହକ ବି ନଛୋଡ଼ବନ୍ଧା।
ଶେଷରେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ ଗ୍ରାହକ ସାଜି ଆସିଥିବା ୩ ଯୁବକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏପରି ଅଭାବନୀୟ ଘଟଣା ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଗତ ରବିବାର ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଯାଇଛି ସବୁ ଦୃଶ୍ୟ। ପୁଲିସ୍ ଆକ୍ରମଣକାରୀ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ପୁଲିସ୍ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ସାଢେ ୮ଟାରେ ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନିଲ ହୋଟେଲକୁ ଖାଇବାକୁ ୩ ଯୁବକ ଯାଇଥିଲେ। ଦୋକାନ ମାଲିକଙ୍କୁ ବକେୟା ଶହେ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଦୋକାନ ମାଲିକଜଣକ କ୍ୟାସ୍ ନେବାକୁ କହୁଥିବା ବେଳେ ଡିଜିଟାଲ ପେମେଣ୍ଟ କରିବେ ବୋଲି କହିଲେ ଗ୍ରାହକ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି।
ଏହାପରେ ଘଟଣାସ୍ଥଳରୁ ୩ ଯୁବକ ପଳାଇଲେ। ମାତ୍ର ୫ମିନିଟ ମଧ୍ୟରେ ସେମାନେ ଖଣ୍ଡା ଧରି ଦୋକାନରେ ପଶିଥିଲେ। ଏହାପରେ ଅତର୍କିତ ଭାବେ ଦୋକାନ ମାଲିକ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ।
ତେବେ ଆକ୍ରମଣକାରୀ ଯୁବକମାନେ କମ୍ ବୟସର ଜଣା ପଡ଼ୁଥିବା ବେଳେ ସେମାନେ ମାରଣାସ୍ତ୍ର କେଉଁଠୁ ପାଇଲେ ତାହା ଏବେ ଚିନ୍ତାର ବିଷୟ ହୋଇଛି। ଏହି ଘଟଣାରେ ପୁଲିସ୍ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031