Indus Valley Times

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

 Breaking News

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

June 20
11:52 2026

ପାଟଣାଗଡ଼/ଓଡ଼ିଶା,୨୦/୬ : ଶବ୍ଦ ପ୍ରଦୂଷଣ ଆଜିର ଦିନରେ ଚିନ୍ତାର ବିଷୟ ପାଲଟିଗଲାଣି। ଆଜି ସାରା ବିଶ୍ୱ ଯେତେବେଳେ, ସ୍ୱାସ୍ଥ୍ୟ ଦିବସ ପାଳନ କରୁଛି, ଆମେ ଆମ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନବାନ ହେଉଛି, ସେତେବେଳେ ବ୍ରହ୍ମପୁରାରୁ ଆସିଛି ଏକ ଚିନ୍ତାଜନକ ଖବର। ଡିଜେର ତାଳେ ତାଳେ ନାଚୁଥିଲେ ଲୋକେ। କିନ୍ତୁ ସେଇ ସାଉଣ୍ଡକୁ ସହ୍ୟ କରିପାରିନଥିଲେ ଜଣେ ମହିଳା। ସାଉଣ୍ଡ ବନ୍ଦ କରିବାକୁ ଆକୁଳ ନିବେଦନ କରିଥିଲେ କିନ୍ତୁ କେହି ମାନିଲେନି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ଡିଜେର ଅତ୍ୟଧିକ ଶଦ୍ଦ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ବାହାଘର ବେଳେ ବରଯାତ୍ରୀଙ୍କ ପ୍ରୋସେସନ ହେଉ କି କୌଣସି ଠାକୁର ଭସାଣୀ ଉତ୍ସବ, କିମ୍ବା ରାଜନୈତିକ, ସାଂସ୍କୃତିକ କାର‌୍ୟ୍ୟକ୍ରମ ସବୁଠି ବାଜୁଛି ଡିଜେ । ଆଉ ଡିଜେର ତାଳେ ତାଳେ ନାଚୁଛନ୍ତି ମତୁଆଲା ଯୁବପୀଢ଼ି । କିନ୍ତୁ ଏହି ଡିଜେ ଯେ ଜଣଙ୍କ ଜୀବନ ନେଇପାରେ ତାହା ହୁଏତ ସହଜରେ ବିଶ୍ୱାସ କରିବା କଷ୍ଟକର । କିନ୍ତୁ ସେମିତି ଏକ ଅଭିଯୋଗ ଆସିଛି ବ୍ରହ୍ମପୁରାର ସହରାପଡାରୁ।
ଶୁକ୍ରବାର ଦିନ ବେଳା ବ୍ରହ୍ମପୁରାର ସହରାପଡ଼ାରେ ବାହାଘର କାର୍ଯ୍ୟକ୍ରମ ଚାଲୁଥିଲା। ସେହି ସାହିର ଲୋଚନ ବାହୁକଙ୍କ ଦେହ ଅସୁସ୍ଥ ଥିବାରୁ ଘର ସମ୍ମୁଖରେ ଡିଜେ ବଜାଇବାକୁ ମନା କରିଥିଲେ। କିନ୍ତୁ ଡିଜେ ବାଲା ମାନିନଥିଲା । ପରେ ଲୋଚନ ବାହୁକ ଅଚେତ ହେବା ପରେ ପରିବାର ଲୋକେ ପାଟଣାଗଡ ମେଡିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାକୁ ନେଇ ପରିବାର ଲୋକ ଓ ପଡ଼ାବାସୀ ସମ୍ପୂର୍ଣ୍ଣ ପାଟଣାଗଡରେ ଡିଜେ ବନ୍ଦ କରିବା ଓ ସହାୟତା ଦାବି ନେଇ ପାଟଣାଗଡ-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପାଟଣାଗଡ ପୋଲିସ ପହଞ୍ଚି ବୁଝାସୁଝା କରିଛି।
ଡିଜେ ଗୀତରେ ନାଚୁଥିବାବେଳେ ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ, ଡିଜେ ସାଉଣ୍ଡ ସ୍ୱାସ୍ଥ୍ୟ ଉପରେ କେମିତି ପ୍ରଭାବ ପକାଇଥାଏ, ସେନେଇ ହୃଦରୋଗ ବିଶେଷଜ୍ଞ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ଅତ୍ୟଧିକ ଡିଜେ ସାଉଣ୍ଡ ସ୍ୱାସ୍ଥ୍ୟ ଉପରେ ଗୁରତର ସମସ୍ୟା ସୃଷ୍ଟି କରିପାରେ। ମଣିଷ ଶରୀରରେ ଥିବା ସିମ୍ପାଥେଟିକ୍ ନର୍ଭ ସିଷ୍ଟମ ଅଧିକ ସକ୍ରିୟ ହୋଇଯାଏ। ହୃଦସ୍ପନ୍ଦନ ଅସ୍ୱାଭାବିକ ଭାବେ ବଢ଼ିଯାଏ। ରକ୍ତଚାପ ବଢ଼ିପାରେ କିମ୍ବା କମିପାରେ। ଫଳରେ ଜୀବନ ଯିବାର ଆଶଙ୍କା ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031