Indus Valley Times

ଡିଲ୍ ବେଳେ ଚଢଉ କଲା ବନ ବିଭାଗ, କଲରାପତରିଆ ଛାଲ ଜବତ : ୨ ଗିରଫ

 Breaking News

ଡିଲ୍ ବେଳେ ଚଢଉ କଲା ବନ ବିଭାଗ, କଲରାପତରିଆ ଛାଲ ଜବତ : ୨ ଗିରଫ

November 11
09:44 2021

ଦେବଗଡ଼, ୧୧୧/୧୧ : ଗାଁ ନିକଟରେ ଚାଲିଥିଲା କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍। ଏ ସମ୍ପର୍କରେ ଜାଣିପାରି ଦେବଗଡ଼ ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡା ଓ ତାଙ୍କ ସାଥୀ ପାଣ୍ଡବ ହୋତା। ପାଣ୍ଡବର ଘର ସିମିଳିହତାରେ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରେ ଗତକାଲି ଅପରାହ୍ନରେ ପ୍ରହଲ୍ଲାଦ ଓ ପାଣ୍ଡବଙ୍କ ମଧ୍ୟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା।
ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣିପାଲ ଗାଁରେ ଚଢ଼ାଉ କରି ପ୍ରହଲ୍ଲାଦକୁ ଗିରଫ କରିଥିଲା ଓ କଲରାପତରିଆ ବାଘ ଛାଲ ଜବତ କରିଥିଲା। ହେଲେ ପାଣ୍ଡବ ବନବିଭାଗକୁ ଚକମା ଦେଇ ଖସି ପଳାଇଥିଲା। ବନ ବିଭାଗ ପାଣ୍ଡବକୁ ଧରିବାକୁ ଯୋଜନା କରିଥିଲା। ଏହାପରେ ବିଳମ୍ବିତ ରାତିରେ ସିମିଳିହତା ଗାଁରେ ଚଢ଼ାଉ କରି ପାଣ୍ଡବକୁ ଗିରଫ କରିଥିଲା।
ବାଘଛାଲ ବେପାରୀଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବାଘଛାଲ ବିକ୍ରିରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଚାଲିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031