Indus Valley Times

ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ : ପରିବାର କଲ୍ୟାଣ ନିର୍ଦ୍ଦେଶକ

 Breaking News

ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ : ପରିବାର କଲ୍ୟାଣ ନିର୍ଦ୍ଦେଶକ
October 07
15:34 2021

ଭୁବନେଶ୍ୱର, ୭/୧୦ : ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଡୋଜ ଟିକାକରଣ ହୋଇଛି। ୨ କୋଟି ୩୦ ଲକ୍ଷ ପ୍ରଥମ ଡୋଜ ଏବଂ ୯୧ ଲକ୍ଷ ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି।
ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟୀକା ନେବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ କିପରି ଦିଆଯିବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଟିକାକରଣ ପାଇଁ ପ୍ରୟାସ କରାଯାଉଛି।
୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବାକୁ ଥିବା ବେଳେ ଏବେ ୨୧ ଲକ୍ଷ ଲୋକ ଅଛନ୍ତି। ବର୍ତ୍ତମାନ ୨୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଦୈନିକ ୪ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି।
ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଭିନ୍ନକ୍ଷମ, ବୟସ, ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଘରେ ଟିକା ଦିଆଯିବା ନେଇ ଜିଲ୍ଲା ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି।ଜିଲ୍ଲା ସ୍ତରରେ ହେଲ୍ପଲାଇନ ନମ୍ବର କରାଯାଇଛି। ସେମାନେ ପବ୍ଲିସ୍ କରିବେ।
ସେହି ନମ୍ବରରେ ଯୋଗାଯୋଗ କଲେ ଘରେ ପହଞ୍ଚି ଟିକାକରଣ କରାଯିବ। ଏହି ଯୋଜନା ୩-୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ପୂର୍ବରୁ ଘର ପାଖରେ ଟିକାକରଣ କେନ୍ଦ୍ର କରାଯାଇଥିଲେ ବି ଅନେକ ଲୋକ ଆସିପାରିଲେନି। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି, କେବଳ ସେମାନଙ୍କୁ ଘରେ ଟିକା ଦିଆଯିବ। ଗୋଟିଏ ଡୋଜ ନେଲେ ପୂର୍ଣ୍ଣ ରୂପରେ ସୁରକ୍ଷିତ ନୁହେଁ। ତେଣୁ ଦ୍ୱିତୀୟ ଡୋଜ ନେବା ଜରୁରୀ। ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ ନେବା ଜରୁରୀ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031